ଦେଶ ବିଦେଶ
ପିରିୟଡ୍ସରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ନହେଲେ କମିବା ବଦଳରେ ବଢ଼ିଯିବ ଆପଣଙ୍କ ସମସ୍ୟା

ପିରିୟଡ଼ ବା ମାସିକ ଋତୁସ୍ରାବ ଅନେକ ମହିଳାଙ୍କ ଜୀବନରେ ସମସ୍ୟା ଆଣି ଦେଇଥାଏ। ପିରିୟଡ଼ ସହିତ ଜଡ଼ିତ ଅନେକ ସମସ୍ୟା ରହିଛି ଯେପରି କି ଅନିୟମିତତା, ଅଧିକ ମାତ୍ରାରେ ବ୍ଲିଡ଼ିଂ, ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ନ ହେବା,ଅତ୍ୟଧିକ ଯନ୍ତ୍ରଣା ଦେବା ଇତ୍ୟାଦି।ଯାହାର ସମାଧାନ କେବଳ ଡାକ୍ତରଙ୍କ ପରାମର୍ଶ ଦ୍ୱାରା ହିଁ କରନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ମେଡିସିନ ଗ୍ରହଣ କରନ୍ତୁ ନାହିଁ।କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ ଅନେକ ଗୁରୁତର ସମସ୍ୟାର ସାମ୍ନା କରିବାକୁ ପଡିପାରେ।
ପିରିୟଡ଼ ସମୟରେ ଏକ ସାଧାରଣ ସମସ୍ୟା ହେଉଛି ଯନ୍ତ୍ରଣା।।ଯେପରି ପେଟ , ଶରୀରରେ ଯନ୍ତ୍ରଣା ,ବିନ୍ଧିବା,କିଛି ଖାଇବାକୁ ଇଛା ନ ହେବା, ଏପରି କି କିଛି ମହିଳା ଶାରୀରିକ ତଥା ଉଭୟ ମାନସିକ ସ୍ତରରେ ମଧ୍ୟ ଯନ୍ତ୍ରଣାର ସାମ୍ନା କରନ୍ତି। ଯେଉଁଥିପାଇଁ ସେମାନେ ସେହି ସମୟରେ ନିଜକୁ ଭଲ ଲାଗିବା ଭଳି କାମ କରନ୍ତି।
ତେବେ ଆସନ୍ତୁ ଆମେ ଆଜି ଜାଣିବା ଏହି ସମୟରେ କେଉଁ କାର୍ଯ୍ୟ କରିବା ଠିକ୍ ନୁହେଁ। ଯାହା ଆପଣଙ୍କୁ ଉପଶମ ଦେବା ବଦଳରେ ଆପଣଙ୍କ ପାଇଁ ସମସ୍ୟା ଆଣି ଦେବ।

୧- ଚିନି, ଶର୍କରା :
ପିରିୟଡ଼ ସମୟରେ ଚିନି ତଥା ଶର୍କରା ଜାତୀୟ ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ। ଏପରି ଖାଦ୍ୟ ଶରୀରରେ ଯନ୍ତ୍ରଣା ବଢ଼ାଇଥାଏ। ମିଠା, କେକ୍, କୋଲ୍ଡ ଡ୍ରିଙ୍କ ଆଦି ନ ଖାଇବା ଭଲ।ହେଲେ ଆପଣଙ୍କର ଯଦି ଇଛା ହେଉଥାଏ ତେବେ ଆପଣ ଫଳ ଜାତୀୟ ଖାଦ୍ୟ ଖାଇ ପାରନ୍ତି।
୨- ଆମିଷ ଖାଆନ୍ତୁ ନାହିଁ :
ଏହି ସମୟରେ ଆମିଷ ଜାତୀୟ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ।ଏହି ସମୟରେ ହାଲକା ଖାଦ୍ୟ ଖାଇବା ଉଚିତ୍।ଯେଉଁ ଖାଦ୍ୟର ହଜମ ସହଜରେ ହୋଇ ପାରୁଥିବ। ତେବେ ଅଳ୍ପ ମାତ୍ରାରେ ଚୂନା ମାଛ ଖାଇ ପାରନ୍ତି।
୩- ନିଶା ଦ୍ରବ୍ୟ :
ନିଶା ଦ୍ରବ୍ୟ ସର୍ବଦା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ତେବେ ଯଦି ଆପଣଙ୍କର ଏହା ଅଭ୍ୟାସ ଥାଏ, ତେବେ ଛାଡ଼ିବାକୁ ଚେଷ୍ଟା କରନ୍ତୁ। ବିଶେଷ କରି ଏହି ସମୟରେ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ସଂପୂର୍ଣ୍ଣ ମାତ୍ରାରେ ଚେଷ୍ଟା କରନ୍ତୁ। ନିଶା ପରିବର୍ତ୍ତେ ଚା ପିଇ ପାରିବେ।

୪- ଗ୍ୟାସ୍ ବୃଦ୍ଧିକାରୀ ଖାଦ୍ୟ :
ଗ୍ୟାସ୍ ସୃଷ୍ଟି କରୁଥିବା ଖାଦ୍ୟ ଯଥା ଫାଷ୍ଟଫୁଡ୍, ତେଲ ଛଣା ଖାଦ୍ୟ ଆଦି ଠାରୁ ଦୂରେଇ ରହନ୍ତୁ। ଏହି ସମୟରେ ଗ୍ୟାସ୍ ହେଲେ ଆପଣଙ୍କ ସମସ୍ୟା ବଢିଯିବ। ତେଣୁ କରି ଭଲରେ ବି ଗ୍ୟାସ୍ ଜାତୀୟ ଖାଦ୍ୟ ଖା ଆନ୍ତୁ ନାହିଁ।
୫- ମେଡ଼ିସିନ୍ :
ଯଦି ଯନ୍ତ୍ରଣା ଅସହ୍ୟ ହେଉଥାଏ ତେବେ ଡାକ୍ତର ପରାମର୍ଶ କରି ମେଡ଼ିସିନ୍ ଖାଇ ପାରନ୍ତି। ଯଦି ଅତି ଜରୁରୀ ତେବେ ନଚେତ୍ ମେଡ଼ିସିନ୍ ପରିତ୍ୟାଗ କରନ୍ତୁ।