ଓଡିଶା
ଠିକଣା ପଚାରୁ ପଚାରୁ ଦୋକାନୀଙ୍କୁ ବାଡ଼େଇଲା ପୋଲିସ, ଏସପିଙ୍କ ଦ୍ୱାରସ୍ଥ ହେଲେ ଦୋକାନୀ

ପଟ୍ଟାମୁଣ୍ଡାଇ,୩୦/୦୯: ଠିକଣା ପଚାରିବାକୁ ଯାଇ ଦୋକାନୀଙ୍କୁ ପିଟିଲା ପୋଲିସ । ଯାହା ଫଳରେ ୪୧ ବର୍ଷୀୟ ପ୍ରମୋଦ ବିଶ୍ବାଳ ଆଦତ ହୋଇ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ଭେଟି ରାଜନଗର ପୋଲିସ ନାରାୟଣ ସିଂଙ୍କ ବିରୋଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ହଂସୁଆ ଗୁଳା ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ରବିବାର ରାତି ପ୍ରାୟ ୯ଟା ବେଳେ ହଂସୁଆ ଗୁଳା ନିକଟରେ ଅଦିତ୍ୟ ବିଶ୍ୱାଳଙ୍କ ଠିକଣା ପଚାରିବାକୁ ନେଇ ପେଟ୍ରାଲିଂ ସମୟରେ ଏକ ଦୋକାନୀ ପ୍ରମୋଦ ବିଶ୍ବାଳଙ୍କୁ ରାଜନଗର ଥାନାର ଏସଆଇ ନାରାୟଣ ସିଂ ପୋଲିସ ଭ୍ୟାନରୁ ଓହ୍ଲାଇ ପିଟିଲେ । ଯାହା ଫଳରେ ୪୧ ବର୍ଷିୟ ପ୍ରମୋଦ ବିଶ୍ବାଳ ଆହତ ହୋଇଥିଲେ । ପରେ ମେଡିକାଲ ଯାଇ ଚିକିତ୍ସିତ ହେବା ସହ କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟି ରାଜନଗର ପୋଲିସ ନାରାୟଣ ସିଂଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରମୋଦ ବିଶ୍ବାଳ । କେନ୍ଦ୍ରାପଡ଼ା ଏସପି ପ୍ରମୋଦଙ୍କ ଅଭିଯୋଗ ଗ୍ରହଣ କରିଥିବା ନେଇ ପ୍ରମୋଦ ବିଶ୍ବାଳ କହିଛନ୍ତି।