ଦେଶ ବିଦେଶ

୬ଷ୍ଠ ଦିନରେ ଅନନ୍ତନାଗ ଏନ୍‌କାଉଣ୍ଟର୍‌: ଆତଙ୍କବାଦୀର ଦଗ୍ଧ ଶବ ଉଦ୍ଧାର – Utkal Mail


ଜମ୍ମୁ: ଅନନ୍ତନାଗରେ ଏନ୍‌କାଉଣ୍ଟର୍‌ ଓ ତଲାସ ଅଭିଯାନ ଆଜି ୬ଷ୍ଠ ଦିବସରେ ପ୍ରବେଶ କରିଥିବା ବ‌େଳେ ସେଠାରୁ ନିରାପତ୍ତା ବଳ ଜଣେ ଆତଙ୍କବାଦୀର ଦଗ୍ଧ ଶବ ଉଦ୍ଧାର କରିଥିବା କଥା ବିଶେଷ ସୂତ୍ରରୁ ଉଦ୍ଧାର କରି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଅନନ୍ତନାଗର କୋକେରନାଗ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ଶବରେ ଥିବା ପୋଷାକକୁ ଦେଖି ତାହା ଜଣେ ଆତଙ୍କବାଦୀର ହୋଇଥିବ ବୋଲି ନିରାପତ୍ତା ବଳର ବିଶ୍ବାସ ହେଉଛି। ତେଣୁ, ତାକୁ ଚିହ୍ନଟ କରିବା ଲାଗି  ‘ଲଶ୍କର୍‌-ଏ-ତୈବା’ ଅଥବା ‘ଦି ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌’ ସହିତ ସମ୍ପର୍କ ରଖିଥିବା ଉଜୈର୍‌ ଖାଁଙ୍କ ପରିବାରରୁ ଆଜି ‘ଡିଏନ୍‌ଏ’ ନମୁନା ସଂଗ୍ରହ କରାଯିବ।

Image Courtesy of PTI

ସୂଚନାଯୋଗ୍ୟ, ଆଜି ବଡ଼ି ସକାଳୁ ସେ ଅଞ୍ଚଳରେ ତଲାସ ଅଭିଯାନ ପୁନଃଆରମ୍ଭ କରାଯାଇ ଜଣେ ଯବାନ ଓ ଆଉ ଜଣେ ଆତଙ୍କବାଦୀର ଶବ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି। ଗୋଟାଏ ଡ୍ରୋନ୍‌ଦ୍ବାରା ସେ ୨ଜଣଙ୍କ ଶବ ଦେଖାଯାଇଥିଲା।

ଏନ୍‌କାଉଣ୍ଟର୍‌ର ୫ମ ଦିନ (ରବିବାର) ମଧ୍ୟ ଆତ୍ମଗୋପନକାରୀ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ସେ ଅଞ୍ଚଳରେ ଭୀଷଣ ଗୁଳି ବିନିମୟ ହୋଇଥିଲା। କିନ୍ତୁ, ଆଜି ଏପର୍ଯ୍ୟନ୍ତ ଗୁଳି ବିନିମୟ ହୋଇନାହିଁ।

ଏହି ତଲାସ ଅଭିଯାନରେ ବହୁ ‘ହାଇ-ଟେକ୍‌’ ଉପକରଣ ମୁତୟନ କରାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button