ଦେଶ ବିଦେଶ

ଡ୍ରଗ୍‌ସ କାରବାର ବିରୋଧରେ ସ୍ବର ଉଠାଇବାରୁ ସରପଞ୍ଚଙ୍କୁ ହତ୍ୟା

ସଙ୍ଗୁରୁର: ପଞ୍ଜାବର ବର୍ନାଲା ଜିଲ୍ଲା ବାହାଦୁର ନିକଟ ଚନ୍ନା ଗୁଲାବ ସିଂହ ୱାଲାର ସରପଞ୍ଚ ସୁଖଜିତ୍‌ ସିଂହ (୨୬)ଙ୍କୁ ଭିଡ଼ ଆକ୍ରମଣରେ ହତ୍ୟା କରାଯାଇଛି। ଏହି ଆକ୍ରମଣରେ ତାଙ୍କ ବାପା ଅମରଜିତ ସିଂହ ଗୁରୁତର ଆହତ ହୋଇଛନ୍ତି। ଡ୍ରଗ୍ସ କାରବାରକୁ ବିରୋଧ କରିବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।

ଗତକାଲି ସନ୍ଧ୍ୟାରେ, କେତେକ ଲୋକଙ୍କ ସହ ସୁଖଜିତ୍‌ଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପ୍ରତିପକ୍ଷର ପ୍ରାୟ ୨୦ଜଣ ଏକତ୍ରିତ ହୋଇ ତୀକ୍ଷଣ ମାରଣାସ୍ତ୍ରରେ ସୁଖଜିତ୍‌ଙ୍କୁ ଆକ୍ରମଣ କରିଥିଲେ। ଏହା ସହ ଆକ୍ରମଣକାରୀମାନେ ଫାଙ୍କା ଗୁଳି ମଧ୍ୟ ଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସିଭିଲ୍‌ ହସ୍‌ପିଟାଲ୍‌‌େର ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସୁଖଜିତଙ୍କୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ପିତା ଅମରଜିତ୍‌ ସିଂହ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଅମରଜିତ କହିଛନ୍ତି, ଅଞ୍ଚଳରେ ଡ୍ରଗ୍ସ କାରବାରକୁ ନେଇ ସୁଖଜିତ୍‌ ବିରୋଧ କରୁଥିଲେ। ଏହାକୁ ନେଇ ଘଟଣା ଦିନ ବିବାଦ ହୋଇଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି। ଶୀଘ୍ର ସେମାନେ ଗିରଫ ହେବେ ବୋଲି ପୁଲିସ କହିଛି।।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button