ଦେଶ ବିଦେଶ

ସ୍ବାଗତରେ ଆର୍‌ ଅଶ୍ବିନଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଲେ ବାପା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ରବିଚନ୍ଦ୍ରନ ଅଶ୍ୱିନ ଏବେ ନିଜ ଦେଶକୁ ଫେରିଛନ୍ତି। ସେ ଫେରିବା ବେଳେ ଚେନ୍ନାଇରେ ତାଙ୍କ ବାସଭବନ ସମ୍ମୁଖରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପୂର୍ବତନ ଭାରତୀୟ ସ୍ପିନରଙ୍କୁ ସ୍ବାଗତ କରିବାକୁ ପ୍ରଶଂସକ, ପରିବାର ଏବଂ ଶୁଭେଚ୍ଛୁମାନେ ଏକତ୍ରିତ ହୋଇଥିଲେ। ଏହାରି ମଧ୍ୟରେ ଅଶ୍ବିନଙ୍କ ପିତା ତାଙ୍କୁ ଉଷ୍ମ ଆଲିଙ୍ଗନ ଏବଂ ଚୁମ୍ବନ ଦେଇ ଅଭିବାଦନ ଜଣାଇଥିଲେ। ସେହି ସମୟର ଭିଡିଓ ଏବେ ଖୁବ୍ ଜୋର୍‌ରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପ୍ରଶଂସକମାନଙ୍କ ଡ୍ରମ୍‌ ବାଦ୍ୟ ଓ ଫୁଲ ବର୍ଷଣ ମଧ୍ୟରେ ଅଶ୍ବିନଙ୍କ ବାପାଙ୍କ ସୁନ୍ଦର ଅଭିବାଦନ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button