ଦେଶ ବିଦେଶ

ମୁମ୍ବାଇ ବୋଟ୍‌ ଦୁର୍ଘଟଣା: ଏଯାଏଁ ମିଳୁନି ଦୁଇ ଜଣଙ୍କ ପତ୍ତା

ମୁମ୍ବାଇ: ଗତକାଲି ଅପରାହ୍‌ଣ ୪ଟାରେ ଏଲିଫେଣ୍ଟା ଗୁମ୍ଫା ନିକଟ ଦ୍ବୀପ ଠାରେ ଯାତ୍ରୀବାହୀ ବୋଟ୍‌ ଓ ନୌସେନାର ସ୍ପିଡ୍‌ବୋଟ୍‌ର ଧକ୍କା ଓ ପରବର୍ତ୍ତୀ ବିପର୍ଯ୍ୟୟର ଇତିମଧ୍ୟରେ ୨୪ ଘଣ୍ଟା ଅତିବାହିତ। କିନ୍ତୁ ଅଦ୍ୟାବଧି ନିଖୋଜ ଥିବା ଜଣେ ୭ ବର୍ଷର ବାଳକ ସମେତ ଦୁଇଜଣଙ୍କ ପତ୍ତା ମିଳୁନାହିଁ। ଅପରପକ୍ଷରେ ନୌସେନା ପକ୍ଷରୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲିର ଦୁର୍ଘଟଣାରେ ସ୍ପଟ୍‌ ବୋଡ୍‌ର ୬ ନୌସେନା କର୍ମଚାରୀଙ୍କ ସମେତ ଯାତ୍ରୀବାହୀ ବୋଟ୍‌ର ମୋଟ ୧୧୩ ଯାତ୍ରୀଙ୍କ ମଧ୍ୟରୁ ୧୩ଜଣଙ୍କ ମୃତ୍ୟୁଘଟିଥିଲା। ୨ ଆହତଙ୍କ ସହ ୯୮ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦୁଇଜଣ ନିଖୋଜ ଅଛନ୍ତି। ନିଖୋଜ ଥିବା ଦୁଇଜଣଙ୍କୁ ଚିହ୍ନଟ କରାଯାଇଛି। ନିଖୋଜ ଥିବା ବ୍ୟକ୍ତିମାନେ ହେଲେ ହଂସରାଜ ଭଟ୍ଟି( ୪୩) ଓ ଜୋନ୍‌ ମହମ୍ମଦ ନିସାର ଅହମ୍ମଦ ପଠାନ୍‌ (୭)। ନୌସେନା ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ, ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବାକୁ ଖୋଜ ଓ ଉଦ୍ଧାର (ଏସ୍‌ଏଆର୍‌) ଅଭିଯାନ ଆଜି ରାତିରେ ମଧ୍ୟ ଜାରି ରହିବ। ଏହି ଅଭିଯାନରେ ୮ଟି ନୌସେନା ବୋଟ୍‌ ଓ ଗୋଟିଏ ନୌସେନା ହ୍ୟାଲିକପ୍ଟର ନିୟୋଜିତ କରାଯାଇଛି। ଏହା ବ୍ୟତୀତ ଦୁର୍ଘଟଣାର ‘ବୋର୍ଡ ଅଫ୍‌ ଇନ୍‌କ୍ବାଇରି’ ନିର୍ଦ୍ଦେଶ ଦିଆଯାଇଛି। ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଦିନେଶ କେ ତ୍ରିପାଠୀ ଆଜି ମୃତ ନୌସେନା କର୍ମଚାରୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button