ଜୀବନଶୈଳୀ

ମୃତ୍ୟୁର ୧୩ ଦିନ ପରେ କେଉଁଠାକୁ ଯାଇଥାଏ ଆତ୍ମା ଜାଣିଛନ୍ତି କି ? ଯଦି ଜାଣି ନାହାଁନ୍ତି ତେବେ ଜାଣନ୍ତୁ ଏହି ବିଷୟରେ…

ମୃତ୍ୟୁ ହେବାର କେତେଦିନ ପର୍ଯ୍ୟନ୍ତ ପ୍ରେତ ଆତ୍ମା ଘରେ ରୁହନ୍ତି ସେ ବିଷୟରେ ଜାଣନ୍ତୁ।

ଜନ୍ମ ଏବଂ ମୃତ୍ୟୁ ଏହି ୨ଟି ଜିନିଷ ସତ୍ୟ ଏବଂ ପରିପୂରକ ଅଟେ। ଜଣେ ଜନ୍ମ ଲାଭ କରିଛ ମାନେ ମୃତ୍ୟୁ ସୁନିଶ୍ଚିତ। ତେବେ ମୃତ୍ୟୁର ଦେବତା ଯମରାଜ ନିଜ ଗୁପ୍ତଚର ଙ୍କୁ ପଠାଇ ଆୟୁଷ ପୂରି ଯାଇଥିବା ବ୍ୟକ୍ତିଙ୍କ ଜୀବନ ହରଣ କରିଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ତାହା ହେଉଛି ମୃତ୍ୟୁ ପରେ ମଧ୍ୟ ମୃତକର ଆତ୍ମା କେତେ ଦିନ ପର୍ଯ୍ୟନ୍ତ ଘରେ ରହେ ସେ ବିଷୟରେ ଆମେ ଆପଣଙ୍କୁ କହିବୁ।

ଗରୁଡ଼ ପୁରାଣ ଅନୁସାରେ, ମୃତ୍ୟୁପରେ ମୃତକର ଆତ୍ମାକୁ ନେବାପାଇଁ ଯମ ପୁରରୁ ଦୂତ ଆସିଥାନ୍ତି ଏବଂ ସେହି ଜୀବାତ୍ମାକୁ ନିଜ ସହିତ ନେଇ ଯାଆନ୍ତି। ଯମ ପୁରରେ ମୃତକ ଆତ୍ମାର କୁଣ୍ଡଳୀ ଖୋଲା ଯାଇଥାଏ ଏବଂ ସେଠାରେ ତା’ର ପାପ ପୁଣ୍ୟର ହିସାବ କରାଯାଇଥାଏ।

ଗରୁଡ଼ ପୁରାଣ ଅନୁସାରେ, ଜୀବାତ୍ମାର ପାପ ପୁଣ୍ୟ ହିସାବ ପରେ ସେହି ଆତ୍ମାକୁ ପୁଣିଥରେ ସେହି ଘରକୁ ପଠା ଯାଇଥାଏ। ତେବେ ଆତ୍ମା ନିଜ ଘରେ ୧୩ ଦିନ ପର୍ଯ୍ୟନ୍ତ ରହିଥାଏ। ତେବେ ସେଠାରେ ସେ ୧୩ ଦିନ ଅତିବାହିତ କରିବା କରେ। ୧୩ ଦିନ ପରେ ସେ ମୃତ୍ୟୁଲୋକରୁ ଯମଲୋକର ଯାତ୍ରା ଆରମ୍ଭ କରିଥାଏ।

ତେବେ ୧୩ ଦିନ ପର୍ଯ୍ୟନ୍ତ ନିଜ ପରିଜନଙ୍କ ସହ ଅତିବାହିତ କରେ ଓ ପରିବାର ଲୋକେ ତା’ର ପିଣ୍ଡ ଦାନ କରିଥାନ୍ତି। ଯଦିଓ ଶରୀର ନଷ୍ଟ ହୋଇଯାଇଥାଏ କିନ୍ତୁ ଆତ୍ମାର କ୍ଷତି ଘଟେ ନାହିଁ। ଏହାପରେ ଯମ ଦୂତ ଆସି ପୁଣିଥରେ ଆତ୍ମାକୁ ଯମ ଲୋକକୁ ନେଇ ଯାଆନ୍ତି। ତେବେ ଗରୁଡ଼ ପୁରାଣ ଅନୁସାରେ, ଆତ୍ମା ଶରୀର ତ୍ୟାଗ ପରେ ତିନୋଟି ମାର୍ଗ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏହି ମାର୍ଗ ବିଷୟରେ।

ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି ଯେ ଆତ୍ମାର ପାପ ପୁଣ୍ୟ ହିସାବ ପରେ ତିନୋଟି ମାର୍ଗ ଖୋଲି ଯାଇଥାଏ। ତାହା ହେଉଛି ଅର୍ଚି ମାର୍ଗ, ଧୁମ ମାର୍ଗ ଓ ଉତ୍ପତ୍ତି ବିନାଶ ମାର୍ଗ। ତେବେ ସେ କେଉଁ ମାର୍ଗ ଦେଇ କେଉଁଠାକୁ ଯିବ ତାହା ସେ କରିଥିବା ପୁଣ୍ୟ ଉପରେ ନିର୍ଭର କରେ। ଯଦି ସେ ଜଣେ ସାଧୁ ଓ ସନ୍ୟାସୀ ହୋଇଥାଏ ତେବେ ତାହା ପାଇଁ ଅର୍ଚି ମାର୍ଗର ବାଟ ଖୋଲି ଯାଇଥାଏ। ଅର୍ଚି ମାର୍ଗ ବ୍ରହ୍ମ ଲୋକ ଓ ଦେବଲୋକର ଯାତ୍ରା ପାଇଁ ହୋଇଥାଏ। ଏହି ମାର୍ଗ ଦେଇ ବ୍ରହ୍ମାଙ୍କ ସହ ଲୀନ ହୋଇ ଯାଆନ୍ତି।

ଦ୍ଵିତୀୟରେ ଧୁମ ମାର୍ଗ। ଏହି ମାର୍ଗ ପିତୃଲୋକର ବାଟ ଖୋଲି ଦେଇଥାଏ। ଯଦି ଆପଣ ଉଭୟ ପାପ ଓ ପୁଣ୍ୟ କରିଥିବେ ତେବେ ପୁଣିଥରେ ଆପଣଙ୍କୁ ଜନ୍ମ ନେବାକୁ ପଡିଥାଏ କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ପିତୃଲୋକରେ କିଛି ଦିନ ପାଇଁ କାଟିବାକୁ ପଡିଥାଏ। ତୃତୀୟ ଓ ଶେଷ ମାର୍ଗ ହେଉଛି ଉତ୍ପତ୍ତି ବିନାଶ ମାର୍ଗ। ଏହି ମାର୍ଗ ନର୍କ ଲୋକକୁ ବାଟ ଖୋଲି ଦେଇଥାଏ। ଖରାପ କର୍ମ କରିଥିବା ଲୋକମାନେ ନର୍କ ଲୋକରେ କାଳ ଦଣ୍ଡ ପାଆନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button