ଦେଶ ବିଦେଶ

ଶକ୍ତିଶାଳୀ ହେବ ସ୍ଥଳସେନା

ଆହୁରି ଶକ୍ତିଶାଳୀ ହେବ ସ୍ଥଳସେନା। ବଢିବ ଭାରତୀୟ ସେନାର କ୍ଷମତା। ସେନାରେ ନୂଆ କେ-୯ ବଜ୍ର ତୋପ ସାମିଲ ହେବ। ଏଲ୍ ଆଣ୍ଡ ଟି ସହ ପ୍ରତିରକ୍ଷା ମନ୍ତ୍ରାଳୟ ୭ ହଜାର ୬୨୮ କୋଟି ଟଙ୍କାର ବୁଝାମଣା କରିଛି। ସୂଚନାନୁଯାୟୀ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ଶୁକ୍ରବାର ଲାର୍ସନ ଆଣ୍ଡ୍ ଟୁବ୍ରୋ ସହ ବୁଝାମଣା ହୋଇଛି। 155MM/52 କ୍ୟାଲିବର ବିଶିଷ୍ଟ K9 ବଜ୍ର-T ସ୍ଵୟଂଚାଳିତ ତୋପ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ବୁଝାମଣା କରିଛି। ୭୬୨୮.୭୦ କୋଟି ଟଙ୍କାର ଡିଲ୍ ହୋଇଛି। ଏହି ତୋପ ଭାରତୀୟ ସ୍ଥଳସେନାରେ ସାମିଲ କରାଯିବ। ଏହା ସେନାର ମାରକ କ୍ଷମତାକୁ ବଢାଇବ। ଏହା ଜିରୋ ଡିଗ୍ରୀରୁ ବି କମ୍ ତାପମାତ୍ରାରେ କାମ କରିପାରିବ। ଉଚ୍ଚ ପାହାଡ଼ ଉପରେ ଏହାର ବ୍ୟବହାର କରାଯିବ। ଏହି ପ୍ରୋଜେକ୍ଟ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତର ଗୌରବଶାଳୀ ଧ୍ଵଜାବାହକ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button