ଦେଶ ବିଦେଶ
ମାଲଦୀପରେ ଫସିଛନ୍ତି ଓଡ଼ିଆ
ମାଲଦୀପରେ ଫସିଛନ୍ତି ଓଡ଼ିଆ, ୪୦ ଉର୍ଦ୍ଧ ଓଡ଼ିଆ ଯୁବକ । ୬ ମାସ ତଳେ ରୋଜଗାର ଆଶାରେ ଗଞ୍ଜାମ ଜିଲ୍ଲା ଖଲିକୋଟର ୧୫ ଜଣ ଯୁବକ ସମେତ ଓଡ଼ିଶାର ୪୦ ଜଣ ଯୁବକ ମାଲଦୀପ ଯାଇଥିଲେ । ସେଠାରେ ଏକ ମାସ କାମ କଲା ପରେ କମ୍ପାନୀ ଠିକରେ ଦରମା ଦେଇଥିବା ବେଳେ ତାର ପରବର୍ତ୍ତୀ ମାସ ଠାରୁ ଠିକରେ ଦରମା ଦେଉନି । ଖାଇବା ପାଇଁ ଟଙ୍କା କମ୍ପାନୀ ମାଗୁଥିବା ବେଳେ ରହୁଥିବା ରୁମର ବିଦ୍ୟୁତ ବିଚ୍ଛିନ୍ନ କରି ଦେଉଛନ୍ତି କମ୍ପାନୀ କତୃପକ୍ଷ। ତେବେ ମାଲଦୀପରେ ଚାଲିଥିବା ଏୟାରପୋର୍ଟ କାମ ନେଇଥିବା ଗାନ ଇଗ୍ନେସ ନାମକ କମ୍ପାନୀକୁ ଓଡ଼ିଆ ଯୁବକ ସମେତ ଅନ୍ୟ ରାଜ୍ୟ ର ଅନେକ ଯୁବକ ଯାଇଥିବା ବେଳେ ସମସ୍ତେ ଫସି ରହିଛନ୍ତି। ସେମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।