ଜୀବନଶୈଳୀ

ଏହି କାରଣ ପାଇଁ ଅନ୍ୟମାନଙ୍କ ଅପେକ୍ଷା ଲାଗେ ଅଧିକ ଶୀତ, ଜାଣନ୍ତୁ କିପରି କରିବେ ଦୂର ?

ଶୀତଋତୁ ଆସିଛି ଓ ଶୀତରେ ଅନେକ ଲୋକ ମଜା ବି ନେଉଛନ୍ତି । ମାତ୍ର ଅନେକଙ୍କ ପାଇଁ ଏହା ସଜା ମଧ୍ଯ ସାଜିଛି । କାରଣ ଶୀତ ଆସିବା ମାତ୍ରେ ହିଁ ସେମାନଙ୍କୁ ଅସହ୍ଯ ଲାଗେ । ସେମାନେ ଅନ୍ଯମାନଙ୍କ ଅପେକ୍ଷା ଅଧିକ ଶୀତ ଅନୁଭବ କରନ୍ତି । ସୂଚନାଯୋଗ୍ୟ, ଆମ ଶରୀରର ତାପମାତ୍ରା ସନ୍ତୁଳିତ ରହିବା ପ୍ରକ୍ରିୟାକୁ ‘ଥର୍ମୋରେଗୁଲେସନ୍‌’ କୁହାଯାଏ।

ରକ୍ତରେ ଲୌହସାର, ଭିଟାମିନ୍‌ ବି୧୨ ଓ ଫୋଲେଟ୍‌ ବା ଭିଟାମିନ୍‌୯ ଆଦି ଖାଦ୍ୟସାର ଏହି ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ସୁତରାଂ ଏହି ସବୁ ଖାଦ୍ୟସାରଗୁଡ଼ିକର ଅଭାବ ଘଟିଲେ ଆମ ଶରୀର ନିଜର ତାପମାତ୍ରାକୁ କାଏମ୍‌ ରଖିବା ଲାଗି ସଂଘର୍ଷ କରିଥାଏ। ଆମ ଶରୀରର ତାପମାତ୍ରା ସନ୍ତୁଳିତ ରହିବା ପ୍ରକ୍ରିୟାକୁ ରକ୍ତରେ ଥିବା ଲୌହସାର, ଭିଟାମିନ୍‌ ବି୧୨ ଓ ଫୋଲେଟ୍‌ ବା ଭିଟାମିନ୍‌୯ ଆଦି ଖାଦ୍ୟସାର ପ୍ରଭାବିତ କରନ୍ତି।

ତେଣୁ ଏଗୁଡ଼ିକର ଅଭାବ ଘଟିଲେ ଆମ ଶରୀର ନିଜର ତାପମାତ୍ରାକୁ କାଏମ୍‌ ରଖିବା ଲାଗି ସଂଘର୍ଷ କରିଥାଏ। ଫଳସ୍ବରୂପ ଆମକୁ ଅଧିକ ଥଣ୍ଡା ଅନୁଭୂତ ହୁଏ।  ସେହିପରି ଲୋହିତ ରକ୍ତକଣିକା ପ୍ରସ୍ତୁତିରେ ଭିଟାମିନ୍‌୧୨ ସହିତ ଭିଟାମିନ୍‌୯ର ମଧ୍ୟ ଭୂମିକା ରହିଛି। ଏହାର ଅଭାବ ଦେଖାଗଲେ ମଧ୍ୟ ଶରୀର ମାତ୍ରାଧିକ ଥଣ୍ଡା ଅନୁଭବ କରିଥାଏ।

ଏଥି ସହିତ ଚର୍ମ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ଭିଟାମିନ୍‌ ସି’ର ରକ୍ତରେ ଲୌହସାର ଶୋଷଣ ପ୍ରକ୍ରିୟାରେ ଅବଦାନ ରହିଛି। ତେଣୁ ଏହାର ଅଭାବ ରହିଲେ ମଧ୍ୟ ଅଧିକ ଥଣ୍ଡା ଲାଗିଥାଏ।  ତେଣୁ ସମାନ ପରିବେଶରେ ଅନ୍ୟମାନଙ୍କ ତୁଳନାରେ ଆମକୁ ଯଦି ଅଧିକ ଥଣ୍ଡା ଲାଗୁଛି, ତେବେ ଆମ ରକ୍ତରେ ଉପରୋକ୍ତ ଖାଦ୍ୟସାରଗୁଡ଼ିକର ଅଭାବ ରହିଛି ବୋଲି ଜାଣିଥାଉ।

Related Articles

Leave a Reply

Your email address will not be published. Required fields are marked *

Back to top button