ନୀତି

‘ମୋର ମା’କୁ ନେଇକି ଯାଅ ନାହିଁ’ କହି ଭୋଭୋ ହୋଇ କାନ୍ଦୁଛି ଶିଶୁ – Utkal Mail


ନୂଆଦିଲ୍ଲୀ: ସନାତନ ଧର୍ମରେ ନବରାତ୍ରିରେ ମା’ ଦୁର୍ଗାଙ୍କ ସେବା କରିବା ଭକ୍ତି କରିବାର ବିଶେଷ ପରମ୍ପରା ରହିଛି। ସନାତନ ଧର୍ମର ବିଶ୍ବାସ ଯେ ନଅଦିନ ମା’ଙ୍କ ସେବା କରିବା ଦ୍ବାରା ଶରୀରରେ ଉର୍ଜା ସଞ୍ଚିତ ହୋଇଥାଏ।

ଗତକାଲି ବିଜୟାଦଶମୀ ପରେ ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଯାଇଛି। ଧରାପୃଷ୍ଠରୁ ମା ଦୁର୍ଗା ମେଲାଣି ନେଉଛନ୍ତି । ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଯାଇଛି। ମା’ଙ୍କୁ ମେଲାଣି ଦେବା ସମୟରେ ଭକ୍ତଙ୍କ ଆଖି ଲୁହରେ ଭିଜି ଯାଉଛି।

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଶିଶୁର ନାମ ଲକ୍ଷ୍ୟ। ଯାହାର ବୟସୁ ୩ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି। ଉକ୍ତ ଶିଶୁ ଜଣକ ନିଜ କୋଳରେ ମା’ ଦୁର୍ଗାଙ୍କୁ କୁଣ୍ଡାଇ ଧରିଛି। ଆଉ ଭୋଭୋ ହୋଇ କାନ୍ଦୁଛି।

ଏହି ଘଟଣାକୁ ନେଇ ଲକ୍ଷ୍ୟଙ୍କ ବାପା ରିଙ୍କୁ ପନ୍ତ କହିଛନ୍ତି, ‘ନବରାତ୍ରି ପାଇଁ ମା’ ଦୁର୍ଗାଙ୍କ ପୂଜା  ଥିବା ହେତୁ ଦେବୀଙ୍କ ମୂର୍ତ୍ତିକୁ ଘରେ ସ୍ଥାପନା କରାଯାଇଥିଲା। ମୋର ପୁଅ ଲକ୍ଷ୍ୟ ପିଲାଟି ଦିନରୁ ଧାର୍ମିକ। ସେ ନବରାତ୍ରି ସମୟରେ ମା’ଙ୍କୁ ଖୁବ ସେବା କରିଛି। ଏବେ ମା’ଙ୍କ ମେଲାଣି ସମୟ ଆସିବାରୁ ଲକ୍ଷ୍ୟ ଭାବୁକ ହୋଇଯାଇଛି।  ଭୋଭୋ ହୋଇ କାନ୍ଦୁଛି। ଆଉ କହୁଛି, ‘ମୋ ମା’ଙ୍କୁ ନେଇକି ଯାଅ ନାହିଁ, ତାଙ୍କୁ ମୋ ପାଖରେ ଛାଡ଼ିଦିଅ। ତେବେ ଭସାଣି ପାଇଁ ଯାଉଥିବା ସମୟରେ କେହି ଜଣେ ଲକ୍ଷ୍ୟଙ୍କ ଏହି ଭିଡିଓକୁ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି।’




Related Articles

Leave a Reply

Your email address will not be published. Required fields are marked *

Back to top button