ଦେଶ ବିଦେଶ

ଦିଲ୍ଲୀ ବିସ୍ଫୋରଣ: ଘଟଣାସ୍ଥଳରୁ ମିଳିଲା ପାଉଡର-ତାର, ଯାଞ୍ଚରେ ଲାଗିଛନ୍ତି NIAରୁ NSG

ନୂଆଦିଲ୍ଲୀ: ରବିବାର ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଘଟିଥିବା ବିସ୍ଫୋରଣ ଯୋଗୁ ରାଜଧାନୀରେ ଖେଳିଯାଇଛି ଆତଙ୍କ । ପ୍ରଶାନ୍ତ ବିହାର ସିଆରପିଏଫ ସ୍କୁଲ ନିକଟରେ ଘଟିଥିବା ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ହଇଚଇ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ଦୋକାନାର କାଚ ଭାଙ୍ଗିଯାଇଛି । ସ୍କୁଲ ପାଚେରୀ, କ୍ଲାସ ରୁମ କାଚ ମଧ୍ୟ ଭାଙ୍ଗିଯାଇଛି।

ସୌଭଗ୍ୟବସତଃ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନାହାଁନ୍ତି।

ବିସ୍ଫୋରଣ ପରେ ତୁରନ୍ତ କ୍ରାଇମବ୍ରାଞ୍ଚ, ସ୍ବତନ୍ତ୍ର ସେଲ, ସିଆରପିଏଫ ଏବଂ ବୋମା ନିଷ୍କ୍ରୟକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦିଲ୍ଲୀ ପୋଲିସ, NIA, NSG ସମେତ ବହୁ ବଡ଼ ଏଜେନ୍ସୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଉଛି। ସିଆରପିଏଫ ସ୍କୁଲ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ମୋବାଇଲ ଟାଓ୍ବାରରୁ, ଗତକାଲି ରାତିରୁ ରବିବାର ସକାଳ ୯ଟା ପର୍ଯ୍ୟନ୍ତ ଫୋନ କଲ୍ ଯାଞ୍ଚ କରାଯାଉଛି । ବିସ୍ଫୋରଣରେ ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛି ପୋଲିସ । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ସ୍କୁଲ ପାଚେରି କାନ୍ଥର କିଛି ଅଂଶ ଭାଙ୍ଗିଛି। ଘଟଣାସ୍ଥଳରୁ FSL ତାର ଭଳି କିଛି ଜିନିଷ, ସ୍କୁଲ ପାଚେରିରୁ କିଛି ଧଳା ପାଉଡର ମିଳିଥିବା ଜଣାପଡ଼ିଛି।

ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ବିସ୍ଫୋରଣ ଖୁବ୍ ତୀବ୍ର ଥିଲା। ପ୍ରଥମେ ସେମାନେ କୌଣସି ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଅନୁମାନ କରିଥିଲେ। କିନ୍ତୁ ଯେତେବେଳେ ସେମାନେ ବାହାରକୁ ଆସିଥିଲେ ଆକାଶ ଧୂଆଁମୟ ହୋଇଥିବା ଦେଖିବାକୁ ପାଇଥିଲେ। ଦୋକାନ ଏବଂ ଗାଡ଼ିର କାଚ ଭାଙ୍ଗି ଯାଇଥିଲା।

ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ନେଇ ଇନପୁଟ ମିଳିଥିଲା। ଯାହାପରେ ସବୁ ଜିଲ୍ଲାକୁ ଚେତାବନୀ ମଧ୍ୟ ଦିଆଯାଇଥିଲା। ଚେତାବନୀ ହିସାବରେ ସବୁ ସ୍ଥାନରେ ଫୋର୍ସ ନିୟୋଜିତ ମଧ୍ୟ କରାଯାଇଥିଲା।

କୁହାଯାଉଛି ଦିଲ୍ଲୀ ୧୩ ବର୍ଷ ପରେ କୌଣସି ବିସ୍ଫୋରଣ ହୋଇଛି। ୨୦୧୧ ପରେ ଦିଲ୍ଲୀରେ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରଣ ହୋଇନଥିଲା। ଏହି ବିସ୍ଫୋରଣ ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବଢ଼ାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button