ଦେଶ ବିଦେଶ

କଳାହାଣ୍ଡିର ଗୋଲାମୁଣ୍ଡା କିଷାନ ଉତ୍ପାଦ ସଂଘକୁ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ: ମନ୍ କି ବାତ୍‌ର ୧୧୭ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ଓଡ଼ିଶାର କଳାହାଣ୍ଡିର ଏକ ଉଦ୍ୟମ ବିଷୟରେ କହିବାକୁ ଚାହେଁ। ଯେଉଁଠାରେ ପନିପରିବା ବିପ୍ଳବ ସୃଷ୍ଟି ହୋଇଛି।

ଏହି ଅଞ୍ଚଳରେ ଦିନେ କୃଷକମାନେ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଉଥିଲେ। ଆଜି କଳାହାଣ୍ଡିର ଗୋଲାମୁଣ୍ଡା ବ୍ଲକ୍ ଏକ ପନିପରିବା ହବ୍ ପାଲଟିଛି। କମ୍ ପାଣିଥିବା ଏହି ଅଞ୍ଚଳରେ କୃଷି ବିପ୍ଳବ ସୃଷ୍ଟି ହୋଇଛି।

ଏହି ସଂଘ ପ୍ରଥମେ ୧୦ ଜଣ କୃଷକଙ୍କ ଏକ ଛୋଟ ଗୋଷ୍ଠୀ ସହିତ ଆରମ୍ଭ ହୋଇଥିଲା। ଆଜି ସେମାନଙ୍କର କିଷାନ ଉତ୍ପାଦ ସଂଘ(ଏଫପିଓ) କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି। ଆଜି ୪୫ରୁ ମହଳା କୃଷକଙ୍କ ସହିତ ଏହି ଏଫପିଓରେ ୨୦୦ରୁ ଅଧିକ କୃଷକ ସାମିଲ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ସମ୍ବିଧାନ ସମୟର ପ୍ରତି ପରୀକ୍ଷାରେ ପାସ୍ ହୋଇଛି: ମନ୍ କି ବାତ୍‌ରେ କହିଲେ ମୋଦୀସେମାନେ କଲରା, ବିଲାତି ବାଇଗଣ ଆଦି ଚାଷ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସଂଘ ପକ୍ଷରୁ ପନିପରିବା ବିକ୍ରି ପାଇଁ ଏହି ଅଞ୍ଚଳ ବାହାରକୁ ପଠାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button