ନୀତି

ଏହି ସବୁ ସଂକେତ ମିଳିଲେ ଜାଣିବେ ଆପଣଙ୍କ ଘରେ ଭୁତ ପ୍ରେତର ବାସ ରହିଛି, ଆପଣଙ୍କୁ ମିଳୁଛି କି ଏଭଳି ସଂକେତ

ବନ୍ଧୁଗଣ ଗରୁଡ ପୂରଣ ହିନ୍ଦୁ ଧର୍ମର ଏମିତି ଏକ ପୁରାଣ ଯେଉଁଥିରେ ମନୁଷ୍ୟର ଜଣ ଠାରୁ ମୃତ୍ୟୁ ଯାଏଁ ସବୁ କଥା ଲେଖା ଅଛି । ଗରୁଡ ପୁରାଣରେ ଭଗବାନ କୃଷ୍ଣ ଗରୁଡଙ୍କୁ ମୃ-ତ୍ୟୁ ସହ ଜଡିତ ଅନେକ କଥା କହିଛନ୍ତି । ମୃ-ତ୍ୟୁ ପୂର୍ବରୁ ମିଳୁଥିବା ସଂକେତ ବିଷୟରେ ଗରୁଡ ପୁରାଣରେ କୁହାଯାଇଛି । ଏମିତି କିଛି ଆଶ୍ଚର୍ଯ୍ୟ ଜନକ ସଂକେତ ଦେଖାଗଲେ ଜଣା ପଡିଥାଏ ଘରେ ନେଗେଟିଭ ଶକ୍ତିର ବାସ ରହିଛି କିମ୍ବା କୌଣସି ଭୁତ ପ୍ରେତ ଆପଣଙ୍କ ଘରେ ବାସ କରିଛନ୍ତି ।

ଆଜି ଆମେ ଆପଣଙ୍କୁ ସେମିତି କିଛି ସଂକେତ ଗୁଡିକ ବିଷୟରେ କହିବାକୁ ଯାଉଛୁ । ଭଗବାନ କୃଷ୍ଣଙ୍କ ମତରେ ଯେଉଁ ଘରେ ବାସୀ ଖାଦ୍ଯ ରଖାଯାଏ ସେଠାରେ ଭୁତ ପ୍ରେତର ବାସ ରହିଥାଏ । ତେଣୁ ଘରେ ଅଧିକ ସମୟ ଯାଏଁ ବାସୀ ଖାଦ୍ୟ ରଖିବା ଅନୁଚିତ । ଘର ଭିତରେ ମଳମୁତ୍ର ତ୍ୟାଗ କରିବା ଦ୍ଵାରା ଘରେ ଖରାପ ଶକ୍ତିର ବାସ ହୋଇଥାଏ । ଏହା ସହ ଘରେ ଛେପ ପକାଇବା ଅଶୁଭ ମାନା ଯାଇଥାଏ ।

କାରଣ ଏହା ପ୍ରେତ ମାନଙ୍କର ଖାଦ୍ଯ ହୋଇଥାଏ । ଘରେ ଛେପ ପକାଇବା ଦ୍ଵାରା ପ୍ରେତ ପ୍ରବେଶ କରିଥାନ୍ତି । ଏହା ଶାସ୍ତ୍ର ଅନୁଯାୟୀ ଅଶୁଭ ହୋଇଥାଏ । ଯେଉଁ ଘରେ ଅପବିତ୍ର, ବସ୍ତୁ ଏପଟ ସେପଟ ହୋଇଥାଏ ଏମିତି ଘରେ ଭୋଜନ କରିବା ଦ୍ଵାରା ଘରର ବାତାବରଣ ଖରାପ ହୋଇଥାଏ । ଏଭଳି ଘରେ ନେଗେଟିଭ ଶକ୍ତିର ବାସ ରହିଥାଏ । ଏମିତି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହି ।

ଭଗବାନ କୃଷ୍ଣ ଆଗକୁ କହିଛନ୍ତି ଯେଉଁ ଘରେ ପୂଜା, ପାଠ, ବ୍ରତ, ଉପାସନା କରାଯାଏ ନାହି ସେଠାରେ ଭୁତ ପ୍ରେତର ବାସ ରହିଥାଏ । ଯେଉଁ ଘରେ ସ୍ଵାମୀ, ଗୁରୁଜନଙ୍କର ଅପମାନ ହୋଇଥାଏ କିମ୍ବା ଯେଉଁ ଘରେ ପର ପୁରୁଷ ଅନ୍ୟ ସ୍ତ୍ରୀ ସହ ସମ୍ବଧ ବନାଇଥାଏ ସେଭଳି ଘରେ ପ୍ରେତ ବାସ କରିଥାଏ ।

ଯେଉଁ ଘରେ ବିନା ସ୍ନାନରେ ଖାଦ୍ଯ ଖାଇଥାନ୍ତି, ପୂଜା ପାଠ କରିଥାନ୍ତି, ସ୍ନାନ କରନ୍ତି ନାହି ସେଭଳି ଘରେ ଦେବିଦେବତା ନ ରହି ପ୍ରେତ ରହିଥାନ୍ତି । ଭଗବାନ କୃଷ୍ଣ କହିଛନ୍ତି ମୃ-ତ ବ୍ୟକ୍ତି ତାର ପରିଜନଙ୍କ ଶରୀରରେ ରହିଥାଏ । ଯଦି ସ୍ଵପ୍ନରେ ଘୋଡା, ଶଣ୍ଢ ଆକ୍ରମଣ କରିବାର ଦେଖନ୍ତି ତେବେ ପ୍ରେତ ଘରେ ଥିବାର ସୂଚନା ମିଳିଥାଏ । କୌଣସି ବ୍ୟକ୍ତି ଶୋଇକି ଉଠିବା ପରେ ନିଜକୁ ବିପରିତ ସ୍ଥିତିରେ ଦେଖିଥାଏ ସେହି ଘରେ ପ୍ରେତର ବାସ ରହିଥାଏ ।

କୌଣସି ବ୍ୟକ୍ତି ନିଜକୁ ଜଞ୍ଜିରରେ ବାନ୍ଧିବାର ବା ପୂର୍ବଜ ମଇଳା କପଡା ପିନ୍ଧିଥାନ୍ତି ବା ପୂର୍ବଜ ଅନ୍ୟର ଖାଦ୍ୟ ଚୋରୀ କରିବାରା ଦେଖନ୍ତି ବା ପରିଜନଙ୍କୁ ଭୋକ ଉପାସରେ ପୀଡିତ ଥିବାର ଦେଖନ୍ତି ତେବେ ଜାଣିବେ ସେହି ଘରେ ପ୍ରେତର ବାସ ଅଛି । କୌଣସି ବ୍ୟକ୍ତି ସ୍ଵପ୍ନରେ ପଶୁ ଭଳି ଭାଷା କହିବାର ଦେଖାଯାଏ ତେବେ ଭୁତ ପ୍ରେତର ବାସ ଥିବାର ସୂଚନା ମିଳିଥାଏ । ଘରେ ବାରମ୍ବାର କ୍ଲେଶ, ଧନହାନି, ରୋଗରେ ପୀଡିତ ହେବା ଅନ୍ୟ ଏକ ସଂକେତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button