ଦେଶ ବିଦେଶ

ଦିଲ୍ଲୀରେ ଇଣ୍ଡିଆ ବୈଠକ ଦିନ ଅଭିଷେକଙ୍କୁ ଇଡିର ସମନ – Utkal Mail


କୋଲକାତା: ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଚାକିରି ପାଇଁ ଟଙ୍କା ମାମଲାରେ ଜେରା କରିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆସନ୍ତା ୧୩ ତାରିଖ ଦିନ ହାଜର ହେବା ପାଇଁ ସମନ ଜାରି କରିଛି। ଏହିଦିନ ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକରେ ଯୋଗ ଦେବା ପାଇଁ ଅଭିଷେକ ଦିଲ୍ଲୀ ଆସିବାର ଥିଲା। ଅଭିଷେକ କହିଛନ୍ତି, କିପରି ୫୬ ଇଞ୍ଚ ଛାତିର ମଡେଲ ଦ୍ବାରା ବିରୋଧୀ ନେତାଙ୍କୁ ଭୟଭୀତ କରାଯାଉଛି, ଏହା ହେଉଛି ତା’ର ଏକ ଉଦାହରଣ। ଏହା ପୂର୍ବରୁ ଚାକିରି ପାଇଁ ଟଙ୍କା ମାମଲାରେ ଇଡିର ଅଭିଯୋଗ ବିରୋଧରେ ଅଭିଷେକ କଲିକତା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହାପରେ ଇଡି ତାଙ୍କ ବିରୋଧରେ କୌଣସି ଦମନମୂଳକ ପଦ‌କ୍ଷେପ ନେବ ନାହିଁ ବୋଲି କହିଥିଲା। ଶରଦ ପାୱାରଙ୍କ ଦିଲ୍ଲୀ ବାସଭବନରେ ଇଣ୍ଡିଆ ମେଣ୍ଟର ୧୪ଟି ଦଳର ଏକ ସମନ୍ବୟ କମିଟି ବୈଠକରେ ଯୋଗ ଦେବା ପାଇଁ ଅଭିଷେକ ବୁଧବାର ଦିଲ୍ଲୀ ଆସିବାର ଥିଲା। ଠିକ୍ ସେହିଦିନ ଇଡି ତାଙ୍କୁ ଜେରା ପାଇଁ ହାଜର ହେବାକୁ ସମନ ଜାରି କରିଛି। କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରି ବିରୋଧୀ ନେତାଙ୍କୁ ଭୟଭୀତ କରି ରଖିବାକୁ ଚାହୁଥିବା ଅଭିଷେକ ଅଭିଯୋଗ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button