ଦେଶ ବିଦେଶ

ବାପା, ମାଆ ଆମକୁ ମାରୁଛନ୍ତି ଆମେ ଘରକୁ ଯିବୁନି, ଆମକୁ ନାନା ପାଖରେ ଛାଡିଦିଅ ପ୍ଲିଜ଼… କାନ୍ଦି କାନ୍ଦି ଛୁଆ 2ଜଣ ଯାହା କହୁଛନ୍ତି ଶୁଣି ଆଖିରେ ଲୁହ ଆସିଯିବ

ଆମେ ଘରକୁ ଯିବୁନି ଆଜ୍ଞା ଆମେ ନାନା ଘରକୁ ଯିବୁ । ଘରକୁ ଗଲେ ବାବା ମାମା ଆମକୁ ବାଡଉଛନ୍ତି । ପ୍ରତିଦିନ ମାଡ ଖାଇ ଆଉ ରହିପାରିବୁ ନାହି । ପ୍ଳିଜ ମୋ ବାବାଙ୍କୁ କଲ କରନି । ଆମକୁ ନେଇ ନାନା ପାଖରେ ଛାଡି ଆସ । ଆମ ଘର ଏଇ ପାଖରେ ଆମକୁ କିଛି ପଚାରନି । ଆମେ ଏଠି ରହିବାକୁ ଚାହୁଁନୁ ଆମକୁ ନାନା ଘରେ ଛାଡି ଦିଅ । ଆମେ ମାମା ବାବାଙ୍କ ପାଖକୁ ଯିବୁନି । ସେମାନେ ଆମକୁ ବହୁତ ମାରୁଛନ୍ତି ।

କାଲୀ ଗୁପ୍ଚୁପ ଖାଇବାକୁ ଯାଇଥିଲୁ ମାତ୍ର ଗୋଟେ ଅଧିକା ଗୁପ୍ଚୁପ ମାଗିଲି ବୋଲି ଓ ମାମା ମୋତେ ଗାଳି କରିଲେ । ମୋତେ ଗୁପ୍ଚୁପ ଖାଇବାକୁ ଦେଲେନି । ଆଉ ଟାଣି ଟାଣି ଘରକୁ ନେଇଗଲେ । କହିଲେ ଅଙ୍କଲ ଆମେ ଏଇଟା କେମିତି ରହିବୁ ଆମକୁ ବି କଷ୍ଟ ହେଉଛି । ଆମେ ଛୋଟ ପିଲା କଣ ଆମର କିଛି ମନ ନାହି ନା ଆମର ହୃଦୟ ନାହି । ଆମେ ଖେଳିଲେ ହସିଲେ ଆମ ବାବା ମାଆ ଆମକୁ ବାଡଉଛନ୍ତି ।

ଟିକେ ଟିକେ କଥାରେ ଆମ ଦୁଇ ଭଉଣୀଙ୍କୁ ପିଟୁଛନ୍ତି । ଆମେ ବହିପତ୍ର ଧରି ପଳେଈ ଆସିଛୁ । ଆମେ ଆଉ ଘରକୁ ଯିବୁନି । ଅଙ୍କଲ ତମେ ଗାଡି ଷ୍ଟାର୍ଟ କର ଆମ ଦୁଇ ଭଉଣୀଙ୍କୁ ନେଇ ନାନା ଘରେ ଛାଡିକି ଆସ । ଆମେ ଆସିବା ବେଳେ ଘରୁ ଭାତ ଡାଲି ଖାଇକି ଆସିଥିଲୁ । ଆମେ ଆଉ କିଛି ଖାଇବୁନି । ଜଲ୍ଦି ଚାଲ ଅଙ୍କଲ ନ ହେଲେ ଆମ ବାବା ମା ଆସିଯିବେ । ଆଉ ଦୁଇ ଭଉଣୀଙ୍କୁ ବହୁତ ମାରିବେ ।

ଆମେ ଆଉ ମାଡ ସହି ପାରୁନୁ । ହଁ ଦର୍ଶକ ବନ୍ଧୁ କିଛି ଏମିତି କଥା କହି କାନ୍ଦି ଗଡି ଯାଉଛନ୍ତି ଦୁଇ କୁନି ଭଉଣୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଏ ନେଇ ଦୁଇ ଭଉଣୀ ଙ୍କୁ ପାଇଥିବା ଜଣେ ଦୋକାନୀ କହୁଛନ୍ତି ଯେ “ଜଣେ ଭାଇ ଦେଖିଲେ ଦୁଇ ପିଲା ଯାଉଛନ୍ତି ଆଉ ଦୋକାନକୁ ଆଣିଲେ ।

ଆଉ ପଚାରିବାରୁ ପିଲା ଦୁଇଟି କହିଲେ ଆମେ ଘର ଛାଡି ପଳେଈ ଆସିଛୁ ଆମ ନାନା ଘରକୁ ଯାଉଛୁ” । ଏ ନେଇ ଦୁଇ ଭଉଣୀ ଙ୍କୁ ବାଟ ରୁ ପାଇଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ “ମୁଁ ବାଟରେ ଯାଉଥିବା ବେଳେ ପିଲା ଦୁଇ ଜଣଙ୍କୁ ଦେଖିଲି ଆଉ ଦୋକାନ କୁ ନେଇ ଆସିଲି । ପଚାରିବାରୁ ସେ କହିଲେ ଆମ ବାବା ମା ଆମକୁ ବାଡଉଛନ୍ତି ଆମେ ଘର ଛାଡି ପଳାଇ ଆସିଛୁ ।

ସେମାନେ ତାଙ୍କ ନାନା ବା ପିଉସୀ ଙ୍କ ନମ୍ବର ଦେଲେ ଆମେ କଲ କରିଲା ବେଳକୁ ସେ କହୁଛନ୍ତି ତାଙ୍କ ଛୁଆ କୁ ମୁଁ କାହିଁକି ରଖିବୀ ସେମାନେ ପୁଣି ମୋର କଣ କରିବେ” ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button