ମନୋରଞ୍ଜନ

“ମୁଁ ଆଗ ମାପ ନେବି ତା ପରେ ବାହା ହେବି, ଯିଏ ଆସି ବାହା ହେବାକୁ କହିବି ତାକୁ କହିବି ବୋତାମ ଖୋଲ…” ଦେଖନ୍ତୁ Laaliଙ୍କ Exclusive ଇନ୍ଟରଭିଉ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ଖାସ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ମଲ୍ଟି ଟ୍ୟାଲେନ୍ଟେଡ ପ୍ରତିଭା ଲାଲି । ସେ ଯାତ୍ରା ରେ ଅଭିନୟ କରିବା ସହ ସିରିଏଲ ଆର୍ଟିଷ୍ଟ ମଧ୍ୟ । ଏହା ସହ ଅଭିନେତ୍ରୀ ଲାଲି ବହୁତ ଭଲ କମେଡି ମଧ୍ୟ କରନ୍ତି । ଅଭିନେତ୍ରୀ ଲାଲି କହିଛନ୍ତି ଗଣମାଧ୍ୟମରେ ଏକ ସାକ୍ଷାତ୍କାରରେ ନିଜର ଅଭିନୟ କ୍ୟାରିୟରକୁ ନେଇ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ସେ କହିଛନ୍ତି ଯେ ” ମୋର ପ୍ରକୃତ ନାମ ହେଉଛି ସଞ୍ଜିତା ଦାସ । ମୋ ନିକ ନାଁ ରୁନୁ କିନ୍ତୁ ମୋତେ ସମସ୍ତେ ଡଲି ନାଁ ରେ ଜାଣନ୍ତି । ତା ପରେ ମୁଁ ଲାଲି ହୋଇଗଲି । ସମସ୍ତେ ମୋତେ ବହୁତ ଭଲ ପାଉଥିଲେ କାରଣ ମୁଁ ଲୋକଙ୍କୁ କମେଡି କରି ବହୁତ ହସାଇଥାଏ । ମୁଁ ଦୁଇ ଦୁଇ ଠଡ଼ ଆୱାର୍ଡ ମଧ୍ୟ ପାଇଛି । ମୋର ନିଜର ଇଚ୍ଛା ଥିଲା ଅଭିନୟ କରିବାକୁ ପିଲାବେଳୁ ।

ବହୁତ କମ କଳାକାର ମାନେ କହିଥାନ୍ତି ମୁଁ ବହୁତ ବଡ ବଡ ପରିବାରରୁ ଆସିଛି ମୋ ପାଖରେ ବହୁତ ଟଙ୍କା ଅଛି କିନ୍ତୁ ଏମିତି ମୋ ପାଖରେ କିଛି ନାହି । ପ୍ରଥମେ ମୁଁ ମୋ ପରିବାରକୁ ସପୋର୍ଟ କରିବାକୁ ଯାତ୍ରା ରେ ଅଭିନୟ କରିଥିଲି । ଯାତ୍ରାରେ 15ରୁ 16 ବର୍ଷ ରହିଲି ବହୁତ ସଂଘର୍ଷ କରିଲି । ଯାତ୍ରା ରେ ଆସିବା ପାଇଁ ମୁଁ ଘରୁ ଲୁଚିକି ଆସିଥିଲି । ଏ ଲାଇନରେ ବହୁତ କଷ୍ଟ କରିବାକୁ ପଡେ ତା ପରେ ଯାଇ ପରିଣାମ ମିଳିଥାଏ ।

ମୁଁ ସମସ୍ତଙ୍କୁ କହିବି ଯେଉଁ ମାନେ ଅଭିନୟ ପାଇଁ ଇଚ୍ଛା କରନ୍ତି କାମ କର ପଇସାକୁ ଅପେକ୍ଷା କର ନାହି । ବହୁତ କଷ୍ଟ କରି ମୁଁ ଆଜି ଏ ଜାଗାରେ ପହଞ୍ଚି ପାରିଛି । ମୋତେ ପ୍ରଜ୍ଞା ଭାଇ “ମିଷ୍ଟର ନନସେନ୍ସ” ରେ ଚାନ୍ସ ଦେଇଥିଲେ । ଆଉ ଚାନ୍ଦିନୀ ଜେନା ଯିଏ ଜାଇଫୁଲ ନାଁ ରେ ପରିଚିତ । ଏହି ଦୁଇ ଜଣ ମୋତେ ବହୁତ ସପୋର୍ଟ କରିଛନ୍ତି କ୍ଯାରିୟରରେ ଆଗକୁ ଯିବା ପାଇଁ ।

ମୋର ପ୍ରଥମ ଯାତ୍ରା ହେଉଛି “ଦୁଖ ଦେଇଗଲା ଦରଦୀ ବନ୍ଧୁ” । ଏହି ନାଟକରେ ମୋର ଗୋଟେ ଚରିତ୍ର ଥିଲା ବିଜୁଳି ନା ରେ । ମୋର ପ୍ରଥମ ଅଭିନୟ କ୍ଯାରିୟର ଏହି ନାଟକ ରୁ ଆରମ୍ଭ ହୋଇଥିଲା । ଏହି ନାଟକରେ ମୋର ଗୋଟେ ବହୁତ ଦମଦାର ଡାଇଲଗ ହେଉଛି ରାଣ ଅଛି ବାର ଦିନକୁ ଦୁଇ ବୋତଲ ପିଇବି ।

ବାର ଦୋକାନରେ କେତେ ପିଉଛନ୍ତି ମୁଁ ବି ପିଇବି ରାଣ ଅଛି । ମୁଁ ଆଗ ମାପ ନେବି ତା ପରେ ବାହା ହେବି , ଯିଏ ଆସି ମୋତେ ବାହା ହେବାକୁ କହିବି ତାକୁ କହିବି ବୋତାମ ଖୋଲ’ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button