କ୍ରାଇମ

ଟଙ୍କା ଦେ ନହେଲେ Video ଭାଇରାଲ କରିଦେବୁ, ପୁଅ ଝିଅଙ୍କୁ ଏକା ଦେଖି ଯାହା କଲେ ନା… ଦେଖନ୍ତୁ video

ନମସ୍କାର ବନ୍ଧୁଗଣ, ଟଙ୍କା ଦେ ନ ହେଲେ ଭିଡିଓ ଭାଇରାଲ କରି ଦେବୁ । ଟଙ୍କା ଦେ ନ ହେଲେ ତୋତେ ଏଠାରୁ ଛାଡ଼ିବୁ ନାହି । 6000 ଟଙ୍କା ଦେଲେ ତୁ ତୋ ପ୍ରେମିକା କୁ ନେଇ ଯାଇ ପାରିବୁ । ନ ହେଲେ ତୋ ବାପାକୁ ଫୋନ କରି ତୁମକୁ ବଦନାମ କରିବୁ । ହଁ ଦର୍ଶକ ବନ୍ଧୁ ଏମିତି କିଛି କହି ପୁଅ ଝିଅଙ୍କୁ ଧମକ ଦେଉଛନ୍ତି କିଛି ଅସାମାଜିକ ବ୍ୟକ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲୁଛି ।

ଆଉ ଝିଅକୁ ଯେଉଁ ଭଳି ଭାବେ ଅଶ୍ଳୀଳ ଭାଷା ରେ ଗାଳି କରୁଛନ୍ତି ତାହା ନ କହିବା ଭଲ ହେବ । ଆଉ ବୁଲିବାକୁ ଆସୁଥିବା ପୁଅ ଝିଅ ଙ୍କ ଠାରୁ ତାଙ୍କ ଆଦାୟ କରିବାର ଏମିତି କିଛି ନୂଆ ଫର୍ମୁଲା ଆପଣେଇଛନ୍ତି ଅସାମାଜିକ ବ୍ୟକ୍ତି ମାନେ । ଜଙ୍ଗଲ ଭିତରେ ଫୋଟୋ ଉଠାଇବାକୁ ଏକ ସୁଯୋଗ ତଥା ରୋଜଗାରର ମାଧ୍ୟମ ଭାବରେ ବାଛି ନେଇ ସେମାନଙ୍କର ଭିଡିଓ ଉତ୍ତୋଳନ କରିବା ସହ ଭାଇରାଲ କରିବାର ଧମକ ଦେଇ ଆର୍ଥିକ ମୂଲଚାଲ କରିଥାନ୍ତି ଏହିଭଳି ଅସାମାଜିକ ବ୍ୟକ୍ତି ମାନେ ।

ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ବେଳାଭୂମିରେ ଦେଖିବାକୁ ମିଳିଛି । ବାଲେଶ୍ଵର ରୁ ଡଗରା ବେଳାଭୂମିରେ ମଜା ନେବା ପାଇଁ ଜଣେ ଯୁବତୀଙ୍କ ସହ ଦୁଇ ଜଣ ଯୁବକ ଆସିଥିବା ବେଳେ ସେମାନେ ଝାଉଁ ଜଙ୍ଗଲ ରେ ଫୋଟୋ ଉଠାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସେମାନଙ୍କୁ ଘେରି ଯିବା ସହ ତାଙ୍କର ଭିଡିଓ କରିଥିଲେ ।

ତେବେ ସ୍ଥାନୀୟ ଲୋକେ ସେମାନଙ୍କୁ ଅପଶବ୍ଦ କହୁଥିବା ବେଳେ ତାଙ୍କ ସହ ଆସୁଥିବା ଆଉ ଜଣେ ଯୁବକ ଏହାର ବିରୋଧ କରିଥିଲେ । ତେବେ ସ୍ଥାନୀୟ ଲୋକେ ସେମାନଙ୍କ ଠାରୁ 6000 ଟଙ୍କା ଦାବି କରିଥିବା ବେଳେ ଯୁବକ ଜଣକ ବହୁତ ନିବେଦନ ପରେ 1000 ଟଙ୍କା ଦେଇ ସେଠାରୁ ଚାଲି ଯାଇଥିଲେ । ତେବେ ଟଙ୍କା ତ ନେଲେ ନେଲେ ଭିଡିଓ କୁ ବି ଭାଇରାଲ କରି ଦେଲେ ଏହି ଅସାମାଜିକ ବ୍ୟକ୍ତି ମାନେ ।

ପରବର୍ତ୍ତୀ ସମୟରେ ଉତ୍ତୋଳନ ହୋଇଥିବା ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭାଇରାଲ କରା ଯାଇଛି । ଏବେ ସ୍ଥାନୀୟ ପ୍ରଶାସନ ଏଭଳି ବ୍ଳାକମେଲିଙ୍ଗ କାର୍ଯ୍ୟ କୁ ଆଗାମୀ ଦିନରେ ନ ରୋକନ୍ତି ତେବେ ଡଗରା ବେଳାଭୂମିର ପର୍ଯ୍ୟଟକ ତଥା ଯୁବକ ଯୁବତୀ ମାନେ ଆସିବାକୁ ଭୟ କରିବେ । ତେବେ ଦେଖିବାକୁ ବାକି ରହିଲା ସ୍ଥାନୀୟ ପୋଲିସ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଏହି ଘଟଣା କୁ ନେଇ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button