କ୍ରାଇମ

ବାପା ପାଉଁଶ ତଳୁ ମୁଁ Monali କହୁଛି, ମୋ ସହ ତମେ ଏମିତି କାହିଁକି କଲ? ନିଜ ଝିଅ ସହ ବାପା ଯାହା କରିଛି ଜାଣି ଆପଣଙ୍କ ରକ୍ତ ବି ହୋଇଯିବେ ଗରମ

ପୁରୀ ଗୋବ୍ଲକ ଡିଜିପୁର ଗାଁ ରେ ନିଜ ବାପା, ଜେଜେମା, ସାବତ ମା ଓ ମାମୁଁ ମିଶି ଏଭଳି ଜଘନ୍ୟ ହ-ତ୍ୟା-କା-ଣ୍ଡ ରଚାଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଆଣିଛନ୍ତି ନିଜେ ବଡ ଝିଅ ରଞ୍ଜିତା ମହାରଣା । 2018ରେ ଦୂର୍ଗା ଚରଣ ମହାରଣାଙ୍କ ପ୍ରଥମ ସ୍ତ୍ରୀ ଙ୍କ ମୃ-ତ୍ୟୁ ଘଟିବା ପରେ ଦୁଇ ଝିଅ ରଞ୍ଜିତା ଓ ମୋନାଲି ବାପାଙ୍କ ପାଖରେ ରହୁଥିଲେ । ବଡ ଭଉଣୀ ରଞ୍ଜିତା କୋଲକାତା ର ଏକ ଘରୋଇ ଅଫିସରେ ଚାକିରି କରି ସାନ ଭଉଣୀ କୁ ପାଠ ପଢାଉଥିଲା ।

2020ରେ ଦୂର୍ଗା ଚରଣ ପୂର୍ଣ ବିବାହ ପରେ ରଞ୍ଜିତା ଓ ମୋନାଲି ଙ୍କୁ ସାବତ ମା ନି-ର୍ଯ୍ୟା-ତ-ନା ଦେଉଥିବା ବଡ ଝିଅ ରଞ୍ଜିତା ଅଭିଯୋଗ କରିଛନ୍ତି । ସାବତ ମା ର ନି-ର୍ଯ୍ୟା-ତ-ନା ସମ୍ପର୍କରେ ମୋନାଲି ସବୁବେଳେ ଫୋନ ଯୋଗେ ରଞ୍ଜିତା କୁ ଜଣାଇବା ଛଡା ତାଙ୍କ ପାଖରେ ଅନ୍ୟ ଉପାୟ କିଛି ନ ଥିଲା । ଗତ 7 ତାରିଖ ରାତିରେ ମୋନାଲି ଙ୍କୁ ତାଙ୍କ ସାବତ ମା ମମତା ଓଝା, ମାମୁଁ ଜୀବନ ଓଝା ମିଶି ହ-ତ୍ୟା କରି ପୋଡିବା ପରେ ପ୍ରମାଣ ଲୁଚାଇବା ପାଇଁ ମସାଣି କୁ ଧୋଇ ଦେଇଥିଲେ ।

ସେ କୋଲକାତା ରୁ ଘରକୁ ଆସି ସାନ ଭଉଣୀ କୁ ଖୋଜା ଖୋଜି କରିଥିଲେ । ପରେ ମସାଣି କୁ ଯାଇ ଦେଖିଲେ ମସାଣି କୁ ଧୁଆ ସାରିଛି । ସେଠାରୁ ଆସି ରଞ୍ଜିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ କୋର୍ଟ ପୋଲିସ ସାଇଣ୍ଟିଫିକ ଟିମ ସହ ମିଶି ମସାଣି କୁ ଯାଇ ପାଉଁଶ ଓ ଅସ୍ଥି ସଂଗ୍ରହ କରିଛି । ଗୋପ ପୋଲିସ ବାପା ଦୂର୍ଗା ଚରଣ କୁ ଥାନାରେ ଅଟକ ରଖିଛି ।

ସାନ ଭଉଣୀ କୁ ହରାଇ ବଡ ଭଉଣୀ ରଞ୍ଜିତା ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏ ନେଇ ରଞ୍ଜିତା କହିଛନ୍ତି ଯେ “ମୁଁ ବାହାରରେ ରହି ଚାକିରି କରେ । ମୋ ସାନ ଭଉଣୀ ର ପାଠ ପଢା ପାଇଁ ମୁଁ ପଇସା ପଠାଏ । କିନ୍ତୁ ସାବତ ମା ତାକୁ ପାଠ ପଢିବାକୁ ଛାଡେ ନାହି ଘର କାମ କରିବାକୁ କହେ । ଏମିତିକି ସେ ଝିଅ ଟା ବୋଲି କହି ତାକୁ ବହୁତ ଘର କାମ କରାଏ ଆଉ ନି-ର୍ଯ୍ୟା-ତ-ନା ଦିଏ ମୋ ସାବତ ମା ।

ଯେଉଁ ଦିନ ମୋ ସାନ ଭଉଣୀ କୁ ମାରି ଦେଇଛନ୍ତି ସେଦିନ ଗାଁ ର ମୋ ସାଙ୍ଗ ମାନେ ମୋତେ ଫୋନ କରି ଜଣାଇ ଥିଲେ । ତା ପରେ ମୁଁ ବାପାଙ୍କୁ ଫୋନ କରିଥିଲି କିନ୍ତୁ ବାପା କହିଲେ ସାନ ଝିଅର ଦେହ ଭାଇ ନାହି ସେ ସୋଇଛି ପରେ କଥା ହେବ ମୁଁ ବ୍ୟସ୍ତ ଅଛି କହି ବାପା ଫୋନ କାଟି ଦେଲେ ।

ତା ପରେ ମୁଁ ଆସି ଦେଖିଲା ବେଳକୁ ସେମାନେ ମୋ ସାନ ଭଉଣୀ କୁ ମାରି ତାକୁ ମଶାଣି ରେ ପୋଡି ଦେଇଛନ୍ତି” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button