କ୍ରୀଡା

ରାଜ୍ୟସ୍ତରୀୟ ସବ ଜୁନିଅର ଓ କ୍ୟାଡେଟ କିରୋଗୀ, ପୁମସି ପ୍ରତିଯୋଗିତା ଅନୁଷ୍ଠିତ: ପୁରୀ ଚାମ୍ପିୟନ – Utkal Mail


ପୁରୀ: ସ୍ଥାନୀୟ ରେଲୱେ ଇଣ୍ଡୋର ହଲରେ ଓଡିଶା ଟାଏକୋଣ୍ଡୋ ସଂଘ ଓ ଟାଏକୋଣ୍ଡୋ ଆସୋସିଏଶନ ଅଫ ପୁରୀର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସବ ଜୁନିୟର କିରୋଗୀ ଓ ପୁମତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା କିରୋଗୀ ଓ ପୁମସୀ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି । କିରୋଗୀରେ ଗଞ୍ଜାମ ରନର୍ସଅପ ଓ ବୌଦ୍ଧ ପୁମସୀରେ ଉପ ବିଜେତା ହୋଇଥିଲେ । ୧୮ଟି ଜିଲ୍ଲାରୁ ୬୦୦ରୁ ଊର୍ଦ୍ଧ୍ୱ ବାଳକ ଓ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସବ ଜୁନିୟର କିରୋଗୀ ଇଭେଂଟରେ ୨୬ଟି ୱେଟ କାଟାଗୋରୀ ଓ କ୍ୟାଡେଟରେ ୨୦ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା । ଓଡିଶା ଟାଏକୋଣ୍ଡୋ ସଂଘର ସଭାପତି ବ୍ୟୋମେକେଶ ଅଭିଳାଷ ପ୍ରସାଦ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ବାଳକ ବିଭାଗରେ ବିଏସ ଚିରଞ୍ଜୀବ ସାହୁ, ଆଦର୍ଶ ଅଭିଜ୍ଞାନ ସାହୁ, ଆୟୂଦନାରାୟଣ ଗୌଡ, ଓମ ପ୍ରକାଶ ସେଠ, ଆଗ୍ନେୟ କୁମାର ପୃଷ୍ଟି, ଚନ୍ଦନ ନାହାକ, ବିନାୟକ ସାହୁ, ଅଦମ୍ୟ ଅଭିିଜିତ ରାୟ, ଆୟୂଶ କୁମାର ପୃଷ୍ଟି, ଆର.ସିଦ୍ଧାର୍ଥ ରେଡ୍ଡୀ, ସତ୍ୟରଞ୍ଜନ ଜେନା, ଦେବାଶିଷ କୁମାର ନାୟକ, ଶୁଭ୍ରାଂଶୁ ସାହୁ, ଜି.ଗଣେଶ ରେଡ୍ଡୀ, ମିର୍ଜା ଫାୟସଲ ବେଗ, ଶୁଭମ ମହାପାତ୍ର, ନମନ ମିଶ୍ର, ପ୍ରିୟାଂଶୁ ସ୍ୱାଇଁ, ସ୍ମାରକ ଶର୍ମା, ଜ୍ୟୋତି ପ୍ରକାଶ ମଲ୍ଲିକ, ପ୍ରତୀକ ସେନାପତି, କେ.କମଲେଶ, ସ୍ୱାଗତ ମିର୍ଧା, ଅସ୍ମିତ କୁମାର ସାହୁ ଓ ଶୁଭାଶିଷ ମହିଷାଲ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ସେହିପରି ବାଳିକା ବିଭାଗରେ ଆର.ରୋଶନୀ ଦୋରା, ପ୍ରିୟା ବେହେରା, ରିୟା ନାୟକ, ଆଇଶା ବେହେରା, ସ୍ନେହଶ୍ରୀ ମହାନ୍ତି, ରାଜଲକ୍ଷ୍ମୀ ସାହୁ, ସାଇ ସଂପ୍ରୀତି ପ୍ରଧାନ, ସାନଭି ପ୍ରଧାନ, ଅର୍ପିତା ରେଡ୍ଡୀ, ଦିବ୍ୟା ସାହୁ, ଆଭା ଶର୍ମା, ଲକ୍ଷ୍ମୀପ୍ରିୟା ମୁଣ୍ଡ, ନିନ୍ଧି ମହାନ୍ତି, ଶୁଭ୍ରାଂଶୀ ପ୍ରଧାନ, ଶ୍ରୀଜେନା, ଟିକିରାଣୀ ବେହେରା, ଅପର୍ଣ୍ଣା ସାହୁ, ଓମ ଶ୍ରୀତା ପ୍ରେୱିକତା, ବୋମାଲି ଜାହ୍ନବୀ, ସ୍ମୃତିରେଖା ନାୟକ, ଅନନ୍ୟା ପ୍ରିୟଦର୍ଶିନୀ, ସୁଶ୍ରୀ ସାମନ୍ତରାୟ ଓ ଶ୍ରେୟା ମହାନ୍ତି ପ୍ରଥମ ସ୍ଥାନରେ ରହିଥିଲେ । ଡିସେମ୍ବର ୧ରୁ୩ ପର୍ଯ୍ୟନ୍ତ ଡେରାଡୁନରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତାମାନେ ଓଡିଶା ତରଫରୁ ଅଂଶଗ୍ରହଣ କରିବେ ବୋଲି ରାଜ୍ୟ ସମ୍ପାଦକ ମନମୋହନ ଭଞ୍ଜ ଜଣାଇଛନ୍ତି ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button