ଓଡିଶା

ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ, ବଦଳିଲେ ୧୧ ଅଫିସର – Utkal Mail



ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଳଦ କରିଛନ୍ତି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ୧୧ ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓଏଏସ୍ ଅଫିସର ଗୌରବମୟ ପ୍ରଧାନଙ୍କୁ ବ୍ରହ୍ମପୁର ଅତିରିକ୍ତ ଉପଜିଳ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ, ସୁରଜ କୁମାର ପଟ୍ଟନାୟକଙ୍କୁ କୋରାପୁଟ ଅତିରିକ୍ତ ଉପଜିଳ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ସରୋଜ କୁମାର ମିଶ୍ରଙ୍କୁ ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସୁଜାତା ପାତ୍ରଙ୍କୁ କଟକ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ, ଅଶୋକ କୁମାର ଦାସଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

ଅନ୍ୟପଟେ, ନିତିଶ ତ୍ରିପାଠୀଙ୍କୁ ଭୁବନେଶ୍ୱର ଅତିରିକ୍ତ ଉପଜିଲ୍ଲା ଭାବେ ନିଯୁକ୍ତି ଦିଆଯାଇଥିବାବେଳେ, ମନୋରମା ଜାଲିଙ୍କୁ ଯାଜପୁର ଅତିରିକ୍ତ ଉପଜିଲ୍ଲାପାଳ, କିଶୋର କୁମାର ପଣ୍ଡାଙ୍କୁ ଆନନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ, ପୁନମ ବିନିତା ବାଗେଙ୍କୁ କେନ୍ଦୁଝର ଅତିରିକ୍ତ ଉପଜିଲ୍ଲାପାଳ, ବିଶ୍ୱରଞ୍ଜନ କରଙ୍କୁ ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ପ୍ରକାଶ କୁମାର ଦାସଙ୍କୁ ପଞ୍ଚପୀର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button