ଦେଶ ବିଦେଶ

ଆମେରିକା: ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର ହେଲେ ମେରିଲ୍ୟାଣ୍ଡର ଲେଫ୍ଟନାଣ୍ଟ ଗଭର୍ଣ୍ଣର

ଓ୍ୱାଶିଂଟନ: ଭାରତର ହାଇଦ୍ରାବାଦ ସହରରେ ଜନ୍ମିତ ଅରୁଣା ମିଲର ଆମେରିକାର ମେରିଲ୍ୟାଣ୍ଡ ରାଜ୍ୟର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିର୍ବାଚିତ ହୋଇଛନ୍ତି। ସେ ଏହି ପଦବୀରେ ନିର୍ବାଚିତ ହେବାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ।

ଅରୁଣା ମେରିଲ୍ୟାଣ୍ଡ ରାଜ୍ୟର ଦଶମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ସମ୍ମାନଜନକ ପଦ ଅଳଙ୍କୃତ କରିବା ପରେ ସେ ଟ୍ୱିଟ୍ କରି କହିଛନ୍ତି, “ଆମେ ଇତିହାସ ସୃଷ୍ଟି କରିଛୁ। କିନ୍ତୁ କ୍ଷମତା ଇତିହାସ ସୃଷ୍ଟିରେ ନୁହେଁ, ବରଂ ଲୋକଙ୍କ ହାତରେ ଅଛି। ଏହା କେବଳ ଏକ ଯାତ୍ରା ଆରମ୍ଭ।

୫୮ ବର୍ଷୀୟ ମିଲରଙ୍କ ପରିବାର ଆମେରିକାରେ ବର୍ଷେ ପୂର୍ବରୁ ସ୍ଥିର ହୋଇସାରିଥିଲେ। ତାଙ୍କ ପିତା ଆମେରିକାରେ ମେକାନିକାଲ ଇଞ୍ଜିନିୟର ଭାବରେ ୧୯୬୦ରେ ପହଞ୍ଚିଥିଲେ। ପରେ ସେ ତାଙ୍କ ପରିବାରକୁ ସାଙ୍ଗରେ ନେଇଥିଲେ। ସେତେବେଳେ ଅରୁଣାଙ୍କୁ ସାତ ବର୍ଷ ବୟସ ହୋଇଥିଲା।

ଅରୁଣା ମିସୋରୀ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ମଣ୍ଟେଗୋମେରୀ କାଉଣ୍ଟି ପରିବହନ ବିଭାଗରେ ୨୫ ବର୍ଷ କାର୍ଯ୍ୟ କରିଥିଲେ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button