ଦେଶ ବିଦେଶ

ଫେକ୍ ଏନସିସି କ୍ୟାମ୍ପରେ ଯୌନ ବ୍ୟଭିଚାର!

ଏନସିସି କ୍ୟାମ୍ପରେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ। ତାମିଲନାଡ଼ୁର କ୍ରିଷ୍ଣାଗିରି ଜିଲ୍ଲାରେ ଏନସିସି କ୍ୟାମ୍ପ ଆଳରେ ୧୩ଜଣ ସ୍କୁଲ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଖବର ଆଲୋଡ଼ନ ସୃଷ୍ଟି କରିଛି। ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଛି। କିନ୍ତୁ ସଂପୃକ୍ତ ଅଭିଯୁକ୍ତଙ୍କ ସହ ଏନସିସିର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛି ଏନସିସି ନିର୍ଦେଶାଳୟ। ତାମିଲନାଡ଼ୁ, ପୁଡ୍ଡୁଚେରୀ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଏନସିସି ହେଡକ୍ୱାର୍ଟରର ଡିଡିଜି ଏସ.ରାଘବ ପ୍ରେସରିଲିଜ୍ ଜାରି କରି ଏଭଳି କହିଛନ୍ତି। ଜଣେ ୧୩ ବର୍ଷୀୟା ନାବାଳିକାକୁ ଏକ ଘରୋଇ ସ୍କୁଲରେ ଚାଲିଥିବା ଏନସିସି କ୍ୟାମ୍ପ ଚାଲୁଥିବା ଦର୍ଶାଇ ତାଲିମ୍ ଦେବା ଆଳରେ ୧୧ ଜଣ ଯୌନ ନିର୍ଯ୍ୟାତନା ଦେଇଥିଲେ। ଏଥିରେ କ୍ୟାମ୍ପ ଅର୍ଗନାଇଜର, ସଂପୃକ୍ତ ସ୍କୁଲର ଅଧ୍ୟକ୍ଷ ଓ ଦୁଇ ଜଣ ଶିକ୍ଷକଙ୍କୁ ଗିରଫ କରିଛି ପୁଲିସ। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ଅଗଷ୍ଟ ୫ରୁ ୯ ଯାଏ ତିନି ଦିନିଆ ଏନସିସି କ୍ୟାମ୍ପ୍ ପଡ଼ିଥିଲା। ଏଥିରେ ୪୧ ଛାତ୍ରଛାତ୍ରୀଙ୍କ ଭିତରୁ ୧୭ ଝିଅ ସାମିଲ୍ ହୋଇଥିଲେ। ଅଗଷ୍ଟ ୮ ତାରିଖ ରାତିରେ ଏହି ଘଟଣା ଘଟିଥିଲା। ଫେକ୍ କ୍ୟାମ୍ପର ଟ୍ରେନର ଶିବରମଣ ୧୩ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିଥିଲା। ଏନଟିକେ ଦଳର ଜିଲ୍ଲା ୟୁଥ ଓ୍ୱିଙ୍ଗରେ ସମ୍ପାଦକ ଥିବା ସଂପୃକ୍ତ ଟ୍ରେନରକୁ ଏହି ଘଟଣା ପରେ ଦଳରୁ ବହିଷ୍କାର କରାଯାଇଛି। କ୍ୟାମ୍ପରେ ଥିବା ଆଉ ୧୩ ଝିଅଙ୍କୁ ବି ଯୌନ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ବାବଦରେ ଜାଣି ବି ମାମଲାକୁ ଚପାଇବା ଅଭିଯୋଗରେ ସଂପୃକ୍ତ ସ୍କୁଲର ଅଧ୍ୟକ୍ଷ ଓ ଦୁଇ ଜଣ ଶିକ୍ଷକଙ୍କୁ ଗିରଫ କରିଛି ପୁଲିସ। ଏହାକୁ ଗମ୍ଭୀରତାର ସହ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ବଦଳରେ ଚାପିଥିବାରୁ ଏମାନେ ବନ୍ଧା ହୋଇଛନ୍ତି। ବରଗୁର ପୁଲିସ ଶିବରମଣଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ବି ଏହାର ସମାନ୍ତରାଳ ଛାନଭିନ୍ କରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button