ରାଜନୀତି

ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟ ନୋଟିସ

ଟକ,୭ା୮ (କାର୍ତ୍ତିକ ସାହୁ): ୨୦୨୪ ସାଧାରଣ ନିର୍ବାଚନର ପ୍ରାର୍ଥିପତ୍ର ଦାଖଲବେଳେ ନୟାଗଡ଼ ବିଧାୟକ ଅରୁଣ ସାହୁ ମିଥ୍ୟା ତଥ୍ୟ ଦେଇଥିବା ନେଇ ରୁଜୁ ମାମଲାରେ ହାଇକୋର୍ଟ ତାଙ୍କୁ ମଙ୍ଗଳବାର ନୋଟିସ କରିଛନ୍ତି। ହାଇକୋର୍ଟ ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ମାମଲାର ଶୁଣାଣି କରି ଜବାବ ଦଖଲ ଲାଗି ବିଧାୟକ ସାହୁଙ୍କୁ ନୋଟିସ ଜାରି କରିଛନ୍ତି।

ଆସନ୍ତା ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଅରୁଣ ବିଜେଡିକୁ ୩୦ ଲକ୍ଷ ଟଙ୍କା ଋଣ ଦେଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ବିଜେଡି ଏକ ରାଜନୈତିକ ଦଳ। ଏହି ଦଳ ଅରୁଣଙ୍କୁ ୩୦ ଲକ୍ଷ ଟଙ୍କା ନିର୍ବାଚନୀ ଖର୍ଚ୍ଚ ଆକାରରେ ପ୍ରଦାନ କରିଛି। କିନ୍ତୁ ଅରୁଣ କିପରି ୩୦ ଲକ୍ଷ ଟଙ୍କା ଋଣ ଆକାରରେ ଉକ୍ତ ଦଳକୁ ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେ ମଧ୍ୟ ନିଜର ସମ୍ପତ୍ତି ତାଲିକା ସଂକ୍ରାନ୍ତରେ ଠିକ୍‌ ତଥ୍ୟ ପ୍ରଦାନ କରିନାହାନ୍ତି। ତେଣୁ ନୟାଗଡ଼ ନିର୍ବାଚନମଣ୍ଡଳୀର ପରାଜିତ ପ୍ରାର୍ଥୀ ଭାଜପାର ପ୍ରତ୍ୟୁଷା ରାଜେଶ୍ବରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅରୁଣଙ୍କ ସଭ୍ୟପଦ ରଦ୍ଦ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ରୁଜୁ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button