ରାଜନୀତି

ବିଜେଡି ବିଧାୟକ ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଭିଡିଓ ହେଲା ଭାଇରାଲ, ପାକ୍ ଟିଭିରେ ହେଲା ପ୍ରସାରଣ – ପାକିସ୍ତାନରେ ଏବେ ଏହାକୁ ନେଇ ଚାଲିଛି ଚର୍ଚ୍ଚା

ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ନେଇ ଭାରତୀୟ ରାଜନେତା ମାନେ କୁମ୍ଭୀର କାନ୍ଦୁଣା କାନ୍ଦୁଥିବା ବେଳେ ବିଜେଡି ବିଧାୟକ କିଭଳି ସହିଦଙ୍କ ଦାଦାଙ୍କୁ ଅସମ୍ମାନ କରୁଛନ୍ତି ତାହା ହିଁ ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ତାନୀ ଗଣମାଧ୍ୟମ । ପାକିସ୍ତାନ ଗଣମାଧ୍ୟମରେ ପ୍ରସାରିତ ଖବର ସାରା ଦେଶକୁ ଚକିତ କରିଛି । ପୁଲୱାମାରେ ସହିଦ ଓଡ଼ିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଦାଦାଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏବେ ପାକିସ୍ତାନ ଟିଭିରେ ଚର୍ଚ୍ଚା ଚାଲିଛି ।

ସହିଦଙ୍କ ଦାଦାଙ୍କୁ ତଂଟିଆ ମାରି ବିବାଦୀୟ ହୋଇପଡିଥିବା ବିଜେଡି ବିଧାୟକଙ୍କୁ ଚାରିଆଡ଼େ ସମାଲୋଚନା କରିଛନ୍ତି । ଆଞ୍ଚଳିକ ଓ ଜାତୀୟ ଚ୍ୟାନେଲରେ ମଧ୍ୟ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ଖବର ପ୍ରସାରିତ ହେବା ସହ ବିରୋଧୀମାନେ ଏହି ଘଟଣାକୁ ନେଇ ଶାସକ ବିଜେଡିକୁ ଘେରିଛନ୍ତି ।

ବୋଧ ହୁଏ ପ୍ରଥମ ଥର ଓଡିଶାର ଜଣେ ନେତାଙ୍କୁ ନେଇ ପାକିସ୍ତାନ ଟିଭିରେ ଖବର ପ୍ରସାରଣ ହେଇଛି । ସେପଟେ ଏହି ଘଟଣା ନେଇ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ, ଅଜାଣନ୍ତରେ ସହିଦଙ୍କ ସଂପର୍କୀୟଙ୍କୁ ଆଘାତ ଦେଇଥିବାରୁ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରୁଛି । ସହିଦଙ୍କୁ ଜଣେ ରାଜନେତା କିଭଳି ଅସମ୍ମାନିତ କରୁଛନ୍ତି ତାକୁ ପ୍ରାଥମିକତା ଦେଇଛି ପାକିସ୍ତାନର ଏହି ଟିଭି ଚ୍ୟାନେଲ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଭିଡିଓକୁ ନେଇ ନିଜ ଢଙ୍ଗରେ ଉପସ୍ଥାପନା କରିଛି ସଂପୃକ୍ତ ଟିଭି ଚ୍ୟାନେଲ ।

ସହିଦଙ୍କ ଅନ୍ତମ ସଂସ୍କାର ବେଳେ ସେଠାରେ କିଛି ଲୋକ ବିଶୃଙ୍ଖଳା କରୁଥିଲେ । ତେଣୁ ସେ ତାଙ୍କୁ ଟାଣି ଆଣି ସେଠାରେ ବସେଇ ଦେଇଥିଲେ । ସେହି ବ୍ୟକ୍ତି ମନୋଜଙ୍କ ସଂପର୍କୀୟ ବୋଲି ଜାଣି ନଥିବା କହିଥିଲେ କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button