ରାଜନୀତି

‘ଲିକ୍‌’ ହେଲା ନିମନ୍ତ୍ରଣ ପତ୍ର: ଏହି ତାରିଖରେ ଓ ଏଠାରେ ପାର୍ଟି ଦେଉଛନ୍ତି ରାଘବ-ପରୀ – Utkal Mail


ମୁମ୍ବାଇ:  ‘ହସି ତୋ ଫସି’ ଅଭିନେତ୍ରୀ ପରିଣୀତି ଚୋପ୍ରା ୨୩ ସେପ୍ଟେମ୍ବରରେ ରାଘବ ଚାଢ଼ାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ପ୍ରେମପକ୍ଷୀ ଉଦୟପୁରରେ ନିଜ ସଂପର୍କୀୟ ଓ ଶୁଭେଚ୍ଛୁଙ୍କ ଗହଣରେ ପରସ୍ପରଙ୍କ ଜୀବନସାଥୀ ପାଲଟିଛନ୍ତି। ଅଭିନେତ୍ରୀ ତାଙ୍କ ଶାଶୂଘରେ ମଧ୍ୟ ପହଞ୍ଚି ସାରିଛନ୍ତି। ଦିଲ୍ଲୀରେ ତାଙ୍କୁ ସ୍ୱାଗତ କରାଯାଉଥିବାର ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା।

ବର୍ତ୍ତମାନ ଏକ ନିମନ୍ତ୍ରଣ ପତ୍ର ଲିକ୍ ହୋଇଛି। ସେଥିରେ କେତେବେଳେ ଓ କେଉଁଠାରେ ରାଘବ ଓ ପରୀ ରିସେପସନ୍ ପାର୍ଟି ଦେବେ ତାହା ଉଲ୍ଲେଖ ରହିିଛି। ସେହି କାର୍ଡରେ ତାରିଖ ଏବଂ ସ୍ଥାନ ଆଦି ଦେଖିବାକୁ ମିଳିଛ।

ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ବିବାହ କରିବାର କିଛି ଘଣ୍ଟା ପରେ ଏକ ରିସେପ୍ସନ୍ ପାର୍ଟି ଅନୁଷ୍ଠିତ ହୋଇଥିଲା। ଉଦୟପୁରରେ ଏହି ପାର୍ଟି ପରେ ଖବର ଆସିଥିଲା ଯେ ଆଉ ତିନୋଟି ରିସେପ୍ସନ୍ ପାର୍ଟି ଦେବାକୁ ଯାଉଛନ୍ତି।

ଗୋଟିଏ ଦିଲ୍ଲୀ, ଦ୍ୱିତୀୟଟି ମୁମ୍ବାଇ ଏବଂ ତୃତୀୟଟି ହେଉଛି ଚଣ୍ଡିଗଡ଼ରେ। ଯଦିଓ ପ୍ରଥମ ଦୁଇଟି କଥା ଜଣାନାହିଁ। କିନ୍ତୁ ତୃତୀୟଟି ସମ୍ପୂର୍ଣ୍ଣ ରୂପେ ନିଶ୍ଚିତ ହୋଇଛି। କାରଣ ଲିକ୍ ହୋଇଥିବା ନିମନ୍ତ୍ରଣ କାର୍ଡରେ ଚଣ୍ଡିଗଡ଼ର ଠିକଣା ଉଲ୍ଲେଖ ଅଛି।

ନିମନ୍ତ୍ରଣ କାର୍ଡରେ ରାଘବ ଏବଂ ପରିଣୀତିଙ୍କ ନାମ ଲେଖାଯାଇଛି। ତା’ପରେ ଉଭୟଙ୍କ ପିତାମାତାଙ୍କ ନାମ ଉଲ୍ଲେଖ କରାଯାଇଛି। ଶେଷରେ ଲୋକଙ୍କୁ ୩୦ ସେପ୍ଟେମ୍ବରରେ ହେବାକୁ ଥିବା ମଧ୍ୟାହ୍ନ ଭୋଜନକୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ତାଜ୍‌, ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବ। ଯେଉଁଥିରେ ଉଭୟ ପରିବାରର ଲୋକମାନେ ଅଂଶଗ୍ରହଣ କରିବେ। ଏହାକୁ ସମ୍ପର୍କୀୟମାନଙ୍କ ପାଇଁ ରଖାଯାଇଛି, ଯେଉଁଥିରେ କେବଳ ପରିବାର ସଦସ୍ୟ ଅଂଶଗ୍ରହଣ କରିବେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button