ଓଡିଶା
ରାସ୍ତା ନଥିବାରୁ ଭରା ନଦୀରେ ନେଉଥିଲେ ମୃତଦେହ, ମଝିରୁ ଭାସିଗଲା – Utkal Mail
କନ୍ଧମାଳ (କେନ୍ୟୁଜ): ପାଣି ସୁଅରେ ଭାସିଗଲା ମୃତଦେହ। କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡ଼ି ପଞ୍ଚାୟତ ବଗାଡ଼ି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଭରା ନଦୀରେ ମୃତଦେହକୁ ଧରି ପାର ହେବାବେଳେ କଫିନ ସହ ଭାସିଯାଇଥିଲା।
ଗତକାଲି ବଗାଡ଼ି ଗାଁର ଜଣେ ବୃଦ୍ଧା ପଦ୍ମାବତୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ ନିଜ ଗାଁକୁ ନେବା ପାଇଁ କାଲିପେନୁ ନାଳରେ ତାର ସାହାଯ୍ୟରେ ନେବାବେଳେ କଫିନ ଭାସିଯାଇଥିଲା। ନଇ ପାର ହେବାକୁ ଆଉ କିଛି ବାଟ ଥିବାବେଳେ ହତାଠ୍ ଛିଡି ଯାଇଥିଲା ତାର। ନୂଆଗାଁର ସଦର ମହକୁମାର ମାତ୍ର ୧୦ କିଲୋମିଟର ଦୂର ଗୁଞ୍ଜିବାଡ଼ି ପଞ୍ଚାୟତର ବାଗାଡ଼ି, ବୁଡାଲି ଓ ଡାକାଲି ଭଳି ଛୋଟ ଛୋଟ ଗାଁ ରହିଛି। ଏଠାରେ ବାସ କରନ୍ତି ୯୦ରୁ ଅଧିକ ପରିବାର। ହେଲେ ଗାଁ ପାଇଁ ଅଭିଶାପ ପାଲଟିଛି କାଲିପେଲୁ ନାଳ।
The post ରାସ୍ତା ନଥିବାରୁ ଭରା ନଦୀରେ ନେଉଥିଲେ ମୃତଦେହ, ମଝିରୁ ଭାସିଗଲା appeared first on KNews Odisha.