ଦେଶ ବିଦେଶ

ଉପରାଷ୍ଟ୍ରପତିଙ୍କ ଟିପ୍ପଣୀକୁ ନେଇ ଚର୍ଚ୍ଚା ବଢ଼ିଲା: ମହିଳା ସଂରକ୍ଷଣ ବିଲ୍‌ ଆଗତ ହୋଇପାରେ – Utkal Mail


ନୂଆଦିଲ୍ଲୀ: ସଂସଦର ଆଗାମୀ ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌ ଆସିପାରେ। ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାପାଇଁ ଏହି ବିଲ୍‌ ଆସିପାରେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ଦେଇଥିବା ଏକ ଟିପ୍ପଣୀକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି। ଧନଖଡ଼ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ସମ୍ବିଧାନରେ ସଂଶୋଧନ ଦ୍ବାରା‌ ଦେଶର ମହିଳାମାନେ ସଂସଦ ଏବଂ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ବ ପାଇବେ ଏବଂ ଏହା ଆଉ ବେଶୀଦିନ ନୁହେଁ।

ଯଦି ଏହି ସଂରକ୍ଷଣ ମିଳିଯାଏ ତେବେ ଦେଶ ୨୦୪୭ ପୂର୍ବରୁ ଏକ ବିଶ୍ବ ଶକ୍ତିରେ ପରିଣତ ହୋଇଯିବ ବୋଲି ଧନଖଡ଼ କହିଥିଲେ। ଧନଖଡ଼ଙ୍କ ଏହି ଟିପ୍ପଣୀ ପାଇଁ ଚର୍ଚ୍ଚା ହେଉଛି ଯେ ଆଗାମୀ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌ ଆସିପାରେ। ୨୦୧୦ ମସିହାରେ ଉକ୍ତ ବିଲ୍‌ ରାଜ୍ୟସଭାରେ ଗୃହୀତ ହୋଇଥିଲା। କିନ୍ତୁ ଲୋକସଭାରେ ଏହା ଗୃହୀତ ହୋଇପାରିନଥିଲା। ସମାଜବାଦୀ ପାର୍ଟି ଏବଂ ଆର୍‌ଜେଡି ଭଳି ଦଳଗୁଡ଼ିକ ଏହି ବିଲ୍‌କୁ ବିରୋଧ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button