ଦେଶ ବିଦେଶ

ଚେନ୍ନାଇ ବିମାନବନ୍ଦରରେ ଗ୍ରାଣ୍ଡମାଷ୍ଟର୍ ଡି. ଗୁକେଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ମସ୍କୋ: ଭାରତୀୟ କିଶୋର ଗ୍ରାଣ୍ଡମାଷ୍ଟର୍ ଡି. ଗୁକେଶଙ୍କ ଐତିହାସିକ ବିଜୟକୁ ନେଇ ଏବେ ସାରା ଦେଶ ଗର୍ବ କରୁଛି। ଭାରତୟ ୧୮ ବର୍ଷୀୟା ଗୁକେଶ ସର୍ବ କନିଷ୍ଠ ବିଶ୍ୱ ଚେସ ଚାମ୍ପିୟନ ଭାବରେ ଇତିହାସ ସୃଷ୍ଟି କରିଛନ୍ତି।

ସୋମବାର ସକାଳେ ସେ ସିଙ୍ଗାପୁରରୁ ସ୍ବଦେଶକୁ ଫେରିବା ପରେ ଚେନ୍ନାଇ ବିମାନବନ୍ଦରରେ ହଜାର ହଜାର ପ୍ରଶଂସକ ଏକତ୍ରିତ ହୋଇ ଗୁକେଶଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ବିଶ୍ୱନାଥ ଆନନ୍ଦଙ୍କ ପରେ ଏହି ମ୍ମାନଜନକ ଆଖ୍ୟା ପାଇବାରେ ଗୁକେଶ ହେଉଛନ୍ତି ଦ୍ବିତୀୟ ଭାରତୀୟ।

ତାମିଲନାଡୁର କ୍ରୀଡା ବିକାଶ ପ୍ରାଧିକରଣ (ଏସ୍‌ଡିଏଟି)ର ଅଧିକାରୀ ତଥା ସହରର ଚେସ ଚାମ୍ପିଅନ ପାଇଁ ବିଶିଷ୍ଟ ଭେଲାମଲ ବିଦ୍ୟାଲୟାର ଛାତ୍ରମାନେ ଗୁକେଶଙ୍କୁ ସ୍ୱାଗତ କରିଥିଲେ।

ବିମାନ ବନ୍ଦର ବାହାରେ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ଗୁକେଶ କହିଛନ୍ତି,  ‘‘ମୁଁ ବହୁତ ଖୁସି। ମୁଁ ଭାରତର ସମର୍ଥନ ଏବଂ ଭାରତ ପାଇଁ ଏହାର ମୂଲ୍ୟ ମୁଁ ଦେଖିପାରୁଛି। ଆପଣମାନେ ଚମତ୍କାର। ଆପଣମାନେ ମୋତେ ଅନେକ ଶକ୍ତି ଦେଇଛନ୍ତି।’’

ସାରା ବିଶ୍ବର ବହୁ ଗ୍ରାଣ୍ଡମାଷ୍ଟର୍ ଓ ଲକ୍ଷ ଲକ୍ଷ ଚେସ୍ ଖେଳାଳି ଓ ପ୍ରଶଂସକ ଗୁକେଶଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ତାଲିକାରେ ରୁଷିଆର ଅନ୍ୟତମ କିଂବଦନ୍ତି ଚେସ୍ ତାରକା ଗ୍ୟାରି କାସ୍ପାରୋଭ ମଧ୍ୟ ରହିଛନ୍ତି।

କାସ୍ପାରୋଭ ନିଜ ପ୍ରତିକ୍ରିୟାରେ ଗୁକେଶଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଗୁକେଶ ଚେସ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିଛନ୍ତି। ତାଙ୍କ ମା’ ବହୁତ ଖୁସି ଥିବେ। ଭାରତୀୟ ଚେସ୍‌ର ଭବିଷ୍ୟତ ବେଶ୍ ଉଜ୍ଜ୍ବଳ। ଗୁକେଶ ସଫଳତାର ସହ ନିଜର ସବୁ ପ୍ରତିବନ୍ଧ ଦୂର କରିଛନ୍ତି। ବୟସକୁ ଦେଖିଲେ ତାଙ୍କଠାରୁ ୟାଠୁ ଅଧିକ କିଛି ଆଶା କରାଯାଇ ନପାରେ।

ସୂଚନାଯୋଗ୍ୟ ଯେ ୩୨ ବର୍ଷୀୟ ଲିରେନ୍ ବିଶ୍ବ ଚାମ୍ପିଅନସିପ୍‌ର ଟାଇଟଲଧାରୀ ଥିଲା ବେଳେ ୧୮ ବର୍ଷୀୟ ଗୁକେଶ ତାଙ୍କ ଚ୍ୟାଲେଞ୍ଜର୍ ଥିଲେ। ୧୪ ରାଉଣ୍ଡ ବିଶିଷ୍ଟ ବିଶ୍ବ ଚାମ୍ପିଅନ୍‌ସିପ୍ ମ୍ୟାଚ୍‌ରେ ଉଭୟ ଖେଳାଳି ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ୬.୫ ଲେଖାଏଁ ପାଇ ବରାବର ସ୍ଥିତିରେ ଥିଲେ। ତେବେ ଶେଷ ରାଉଣ୍ଡକୁ ନାଟକୀୟ ଭାବେ ଜିତି ଗୁକେଶ ସର୍ବକନିଷ୍ଠ ଚେସ୍ ବିଶ୍ବବିଜେତା ହେବାର ଗୌରବ ଅର୍ଜନ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button