କିଡ୍ନି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା | Dr. Vinitha Will
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ କିଡ଼ନୀ ରୋଗ ରେ ପୀଡିତ ହେଉ ଥିବାର ଦେଖା ଯାଇଛି । ତେବେ ଏହି ରୋଗ ଯୋଗୁଁ ଅନେକ ପ୍ରକାରର ଅସୁବିଧା ରେ ମଧ୍ୟ ଲୋକ ମାନେ ପଡିବ ସହିତ ନିଜର ପ୍ରାଣ ମଧ୍ୟ ହରାଉଛନ୍ତି । ଆଉ ଯାହା ଏବେ ଗୋଟିଏ ବଡ଼ ରୋଗ ହୋଇ ବାହାରିଲାଣି ।ତେବେ ଏହି କିଡ଼ନୀ ଜଣିତ ରୋଗ କାହିଁକି ହୁଏ କଣ ପାଇଁ ହୁଏ ଓ ଏହାର ଲକ୍ଷଣ ମାନ ସବୁ କଣ ତାହା ବିଷୟରେ ଆଜି ଆମେ ଜାଣିବା ।
କିଡ଼ନୀ ରୋଗ ର କାରଣ :-
ତେବେ ମଣିଷ ଶରୀର ଗଠନ ଅନୁଯାୟୀ ମଣିଷ ପାଖରେ ଦୁଇଟି କିଡ଼ନୀ ରହିଛି । ଯାହା ର କାର୍ଯ୍ୟ ଆମ ଶରୀର ସମସ୍ତ ପ୍ରକାର ବର୍ଜ୍ୟ ବସ୍ତୁ ଯାହା ରକ୍ତ ଦ୍ୱାରା ମୂତ୍ର ମାଧ୍ୟମ ରେ କିଡ଼ନୀ ଏହାକୁ ବାହାରକୁ ବାହାର କରିଥାଏ । ଯଦି ଏହା ବାହାରକୁ ବାହାରି ନଥାଏ ତାହାଲେ ଆମ କିଡ଼ନୀ ଖରାପ ହେଇଥାଏ ଓ ଯାହା ଦ୍ୱାରା ଆମ ଦେହ ଖରାପ ହେଇଥାଏ ।
ତେବେ କିଡ଼ନୀ ଖରାପ ହେବାର ମୁଖ୍ୟ କାରଣ ହେଉଛି ଡାଇବେଟିସ ବା ମଧୁମେୟ ରୋଗ । ତେଣୁ ଏହି ସମୟରେ ଆପଣଙ୍କ ର ମଧୁମେୟ ରୋଗ କୁ ନିୟନ୍ତ୍ରଣ କରନ୍ତୁ ନହେଲେ କିଡ଼ନୀ ଖରାପ ହେବାର ସମ୍ଭାବନା ଅଧିକ ଦେଖା ଯାଏ । ଦ୍ୱିତୀୟ ରେ ଉଚ୍ଚରକ୍ତ ଚାପ ଥିଲେ ମଧ୍ୟ କିଡ଼ନୀ ଖରାପ ହେଇଥାଏ । ତା ସହିତ ଅଧିକ ପେନକିଲର ମେଡ଼ିସିନ ଲମ୍ବା ସମୟ ଧରି ଖାଇଲେ ମଧ୍ୟ କିଡ଼ନୀ ରୋଗ ହେଇଥାଏ ।
କିଡ଼ନୀ ରୋଗର ଲକ୍ଷଣ :-
କିଡ଼ନୀ ରୋଗ ହେଲେ ଦେହ ଦୁର୍ବଳ ଲାଗିବା ସହିତ ଆପଣଙ୍କ ମୁହଁ, ପାଦ ଫୁଲିଯିବା । ପରିସ୍ରା ଆଗପରି କମ ଦେଖା ଯିବା ।ଚାଲିଲେ ଧଇଁ ଶୋଇଁ ଲାଗିବା, ରକ୍ତ ହୀନତା ଦେଖାଦେବା ହିମୋଗ୍ଲୋବିନ ର ମାତ୍ର କମ ଦେଖା ଯିବା । ତେବେ ଏହି ସବୁ ଲକ୍ଷଣ ଦେଖା ଦେଲେ ଆପଣ ଏହାର ଦୁଇଟି ପରୀକ୍ଷା କରିପାରିବେ (1) ୟୁରିଆ (2)କ୍ରିଏଟିଏନ । ଯେତେବେଳେ କ୍ରିଏଟିଏନ ମାତ୍ର 1.3 ରୁ ଅଧିକ ଦେଖା ଯିବ ତାହେଲେ ଆପଣ ଜାଣିନେବ ଆପଣଙ୍କ କିଡ଼ନୀ ଖରାପ ହେଇଯାଇଛି ବୋଲି ।
କିଡ଼ନୀ ରୋଗ ର ଚିକିତ୍ସା :-
କିଡ଼ନୀ ରୋଗ ହେଲେ ପ୍ରଥମେ ରୋଗୀ ରୋଗରେ ପୀଡିତ ଥାନ୍ତି । ତେବେ ଏହି କିଡ଼ନୀ ରୋଗ ର ତିନଟି ଷ୍ଟେଜ ଦେଇ କରିଥାଏ।
(1) ରେ ହେଉଛି ରୋଗୀ ପ୍ରଥମେ ରୋଗରେ ପୀଡିତ ହେବେ।
(2) ଯେଉଁ ମାନଙ୍କର କିଡ଼ନୀ ଖରାପ ଅଛି ସେମାନଙ୍କୁ ମେଡ଼ିସିନ ଦ୍ୱାରା ସେମାନଙ୍କ ଚିକିତ୍ସା କରାଯାଇପାରିବ।
(3) ଯେଉଁମାନଙ୍କ ର କିଡ଼ନୀ ଖରାପ ହେଇସାରିଛି ହେଲେ ମେଡ଼ିସିନ ଦ୍ୱାରା ଏହା କୁ ନିୟନ୍ତ୍ରଣ କରିହେଉନାହିଁ ।
ତେବେ ଏହି ସବୁ କ୍ଷେତ୍ର ରେ ସପ୍ତାହ କୁ ଥରେ ଡାଇ୍ଲିସିସ କରନ୍ତୁ । ଡାଇ୍ଲିସିସ ଏହି ରୋଗ ଚିକିତ୍ସା ନୁହେଁ ଏହି ରୋଗ ଚିକିତ୍ସା ହେଉଛି କିଡ଼ନୀ ପ୍ରତ୍ୟାରୋପଣ କରିବା । ତେବେ ଏହା କେବେଳ 18 ରୁ 60 ବର୍ଷ ପର୍ଯ୍ୟନ୍ତ ଜଣେ ସୁସ୍ଥ ବ୍ୟକ୍ତି କରିପାରିବ ଓ ଯାହାକୁ ଡାଇବେଟିସ ହେଇନଥିବ ଓ ତାହାର ବ୍ଲଡ଼ ଗ୍ରୁପ ସମାନ ଥିବା ଆବଶ୍ୟକ ।
କିଡ଼ନୀ ରୋଗ ନ ହେବା ପାଇଁ କେମିତି ଜୀବନ ବିତାଇବେ :-
ତେବେ ପ୍ରତିଦିନ 30 ମିନିଟ ବ୍ୟୟାମ କରିବା, ଡ଼ାଇଟ କରିବା । ଚୁନା ମାଛ ଅଧିକ ଖାଇବା ଓ ମାଂସ ଠୁ ଦୁରେଇ ରହିବା । ମନେ ରଖିବେ ଲୁଣ ଜାତୀୟ ଖାଦ୍ୟ ଖାଇବେ ନାହିଁ ଓ ବଜାର ରେ ମିଳୁଥିବା ଜଙ୍କ ଫୂଡ଼ ଠାରୁ ଦୁରେଇ ରହିବା । ଏହିଭଳି ଉପୟରେ ଆପଣ କିଡ଼ନୀ ରୋଗରୁ ମୁକ୍ତି ପାଇପାରିବେ ।