କ୍ରୀଡା

ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନସିପରେ ରୌପ୍ୟ ଜିତିଲେ ମୀରାବାଈ ଚାନୁ

ନୂଆଦିଲ୍ଲୀ: କଲମ୍ବିଆର ବୋଗୋଟାରେ ଅନୁଷ୍ଠିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ସେ ମୋଟ ୨୦୦ କିଲୋଗ୍ରାମ ଉଠାଇ ଏହି ସଫଳତା ହାସଲ କରିଛନ୍ତି।

ଅଲିମ୍ପିକ୍ ପଦକ ବିଜେତା ମୀରାବାଇ ଚାନୁ ସ୍ନାଚ୍ ରେ ୮୭ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୧୩ କିଲୋଗ୍ରାମ ଉଠାଇଥିଲେ | ଆଘାତ ସତ୍ତ୍ୱେ ମୀରାବାଇ ଚାନୁ ରୌପ୍ୟ ପଦକ ହାତେଇଛନ୍ତି ।

ଚୀନର ଜିଆଙ୍ଗ ହୁଇହୁଆ ଚାନୁଙ୍କଠାରୁ ୬ କିଲୋଗ୍ରାମ ଅଧିକ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମୀରବାଇ ଚାନୁ ତୃତୀୟ ପ୍ରୟାସରେ ୮୭ କିଲୋଗ୍ରାମ ଉଠାଇ ନେଇଥିଲେ।

ବିଶ୍ୱ ଚାମ୍ପିଅନସିପରେ ଏହା ମୀରବାଇ ଚାନୁଙ୍କ ଦ୍ୱିତୀୟ ପଦକ | ସେ ୨୦୧୭ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ | ଚଳିତ ବର୍ଷ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଚାନୁ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ।

ଚାନୁ ତାଙ୍କର ତିନୋଟି ପ୍ରୟାସ ମଧ୍ୟରେ ସର୍ବାଧିକ ୨୦୭ କିଲୋଗ୍ରାମ (୮୮ + ୧୧୯) ଓଜନ ଉଠାଇଥିଲେ ।

ଏହି ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପ୍ ହେଉଛି ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ପ୍ରଥମ କ୍ବାଲିଫାଇଂ ଇଭେଣ୍ଟ | ପ୍ୟାରିସ୍ ଅଲିମ୍ପିକ୍ସରେ ଭାରୋତ୍ତୋଳନ ଇଭେଣ୍ଟ ସଂଖ୍ୟା ୧୦କୁ ହ୍ରାସ କରାଯାଇଛି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button