ସୌମ୍ୟରଞ୍ଜନଙ୍କୁ ଉପ ସଭାପତି ପଦରୁ ହଟାଇଲେ ନବୀନ, ବିଜେଡି ଜାରି କଲା ନିର୍ଦ୍ଦେଶନାମା – Utkal Mail
ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜୁ ଜନତା ଦଳ (ବିଜେଡି)। ତାଙ୍କୁ ଦଳର ଉପ ସଭାପତି ପଦରୁ ହଟାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ଅତୀତରେ ସେ ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ସମାଲୋଚନା କରି ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ।
ଏବେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ବିଜେଡି ପକ୍ଷରୁ ଜାରି କରାଯିବା ସହିତ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଥିବା ଉଲ୍ଲେଖ ଅଛି। କୌଣସି କାରଣ ନଦର୍ଶାଇ ସୌମ୍ୟଙ୍କୁ ପଦରୁ ଅବ୍ୟାହତି ଦିଆଯାଇଛି।
ତେବେ ଲଗାତାର କିଛି ଦିନ ଧରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା। ନିକଟ ଅତୀତରେ ସେ ‘ଆମ ଘର ହାଲ୍ଚାଲ୍’ରେ ୫ଟି ସଚିବଙ୍କୁ ସମାଲୋଚନା କରି ଏକ ସମ୍ପାଦକୀୟ ଲେଖିଥିଲେ। ଅନେକ ସମୟରେ ସେ ନିଜର ଅଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିଲେ। ଏପରିକି ଦଳ ଓ ଶାସନକୁ ନେଇ ସେ ପ୍ରଶ୍ନ ଉଠାଇବାକୁ ବି ପଛାଇ ନ ଥିଲେ।