ପୁଣି ଥରେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ: ୨୦ରୁ ଅଧିକ ଆହତ, ୧୪୪ ଧାରା ଜାରି – Utkal Mail
ଭୁବନେଶ୍ବର: ପୁଣି ଥରେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ । ଗାଁର ଦୁଇ ୱାର୍ଡ ମଧ୍ୟରେ ଗଣ୍ଡଗୋଳ ଉପୁଜି ପଥର ମାଡ଼ ସହ ବୋତଲ ମାଡ ହୋଇଛି । ଉଭୟ ପକ୍ଷରୁ ବହୁ ଲୋକ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଚିକିତ୍ସାଧୀନ ଅଛନ୍ତି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଉଡ଼ିଲା ବଟଲ ଓ ଫୁଟିଲା ବୋମା। ଏଭଳି ଅଘଟଣା ଘଟିଛି ମଞ୍ଚେଶ୍ଵର୍ ଥାନା ପଦ୍ମକେଶରୀପୁରର କେଳା ସାହିରେ। ଏହି ଉତ୍ତେଜନାକୁ ଦେଖି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମଞ୍ଚେଶ୍ବର ଥାନା ପୁଲିସ ଗାଁରେ ପହଞ୍ଚି ଘଟଣାକୁ ନିୟନ୍ତ୍ରଣକୁ ଆଣିଛି।
ରାତି ୨ ରୁ ସକାଳ ୬ ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଏହି ଗୋଷ୍ଟି ସଂଘର୍ଷ ଲାଗି ରହିଥିଲା। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୧୪୪ ଧାରା ଜାରି କରିଛି।
ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାରେ ପରବର୍ତ୍ତୀ ସମୟରେ ପୁଲିସ ଉଭୟ ପକ୍ଷରୁ ୨୦ ଜଣରୁ ଅଧିକ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।