କ୍ରାଇମ

ସ୍ତ୍ରୀ କୁ କହିଲା ଗୋପାଳ, “ମୁଁ ମାରିଛି ଆକୁ, ତୁ ମାରିବୁ ତାକୁ…” କିନ୍ତୁ କାହିଁକି ଏମିତି ଖାଇଲା Gopal… ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ମୁଁ ଗୋପାଳ କିଛି ନଖରାମି କରିଲେ ଦେଖିବ ମୋ ବଳ । ଶୁଣ ତୋତେ କହିଛି ମୁଁ ମା-ରି-ଛି ୟାକୁ ତୁ ମା-ରି-ବୁ ତାକୁ । ହଁ ଦର୍ଶକ ବନ୍ଧୁ ଏହାରି ଭିତରେ ଦୁଇ ଥର ଫୋନରେ କଥା ହୋଇଛି ଅ-ଭି-ଯୁ-କ୍ତ ଗୋପାଳ ଦାସ । ପରିବାର ଲୋକଙ୍କ ସହ କଥା ହେଉଛି ଖୁସିରେ ଜୀବନ କାଟୁଛି । ଭାଇ ସହ ଖୁସିରେ ଭେଟୁଛି ପରିବାର ସହ ହସ ମଜାରେ କଥା ହେଉଛି ।

ଏ ହେଉଛି ସେହି ଗୋପାଳ ଯିଏ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସର୍ବ ସମୁଖରେ ହ-ତ୍ୟା କରିଥିଲା । ବଡ ଭାଇ ସହ ଭେଟ ବେଳେ ଖୁସି ମନରେ କଥା ହୋଇଛି । କିନ୍ତୁ ଏହାରି ଭିତରେ ଆଉ ଏକ ବଡ ଖବର ସାମନାକୁ ଆସିଛି । ଯାହା ବିଶେଷ ସୂତ୍ରରୁ ଖବର ମିଳିଛି କି ସ୍ତ୍ରୀ ସହ ଏହାରି ଭିତରେ ଗୋପାଳ କଥା ହେଇଛି । ଆଉ ପରିବାରର ଯତ୍ନ ଠିକ ଭାବେ ନେବା ପାଇଁ ଗୋପାଳ ପତ୍ନୀକୁ କହିଛି ।

ପାଠ ପଢାରେ କିଛି ଅସୁବିଧା ହେଉଛି କି ନାହି ଝିଅକୁ ପଚାରି ବୁଝୁଛି ବହିସ୍କୃତ ଗୋପାଳ ଦାସ । ଏହାରି ଭିତରେ ଦୁଇ ଥର ଫୋନରେ କଥା ହୋଇସାରିଛି ଗୋପଳା । ଆଉ ଠିକ ଏତିକିବେଳେ ତା ସ୍ତ୍ରୀକୁ ପଚାରିଛି କେହି କିଛି ହଇରାଣ କରୁଛି କି । ଯଦି କେହି କିଛି ହାଇରାଣ କରୁଛି ତେବେ ମାନେ ରକ୍ଷା ମୁଁ ଗୋପାଳ କେହି କିଛି ନଖରାମି କରେ ଦେଖିବ ମୋ ବଳ ।

ମୁଁ ମା-ରି-ଛି ୟାକୁ ତୁ ମା-ରି-ବୁ ତାକୁ ଏମିତି କିଛି କଥା କୁଆଡେ ଗୋପାଳ ଫୋନରେ ତା ସ୍ତ୍ରୀ କୁ କହିଛି । ଦର୍ଶକ ବନ୍ଧୁ ଏଠାରେ କହି ରଖିବାକୁ ଚାହିଁବୁ ଗୋପାଳ ଝାରସୁଗୁଡା ସବ ଜେଲରୁ କଟକ ଚୌଦ୍ବାର ଜେଲ ଗତ ଫେବ୍ରୁଆରି ମାସ 14ରେ ଆସିଥିଲା । ସେବେ ଠାରୁ ସେ ସେଲ ନମ୍ବର-3 ରେ ରହୁଛି । ଜେଲରେ ପ୍ରଥମ ଥର ଆଇନ ତା ବଡ ଭାଇ ଓ ପୁଅ ସେହି ମାସ 22ରେ ଚୌଦ୍ବାର ଜେଲକୁ ଭେଟିବାକୁ ଆସିଥିଲେ ।

ଆଉ ଏହା ପରେ ବଡ ଭାଇ ସତ୍ୟ ନାରାୟଣ ପୁଣି 2 ଥର ଭେଟିବାକୁ ଆସି ସାରିଛନ୍ତି । ଆଉ ଶେଷ ଥର ଗତ ଶନିବାର ଦିନ ସତ୍ୟ ନାରାୟଣ ଜେଲ ଆସିଥିଲେ । ଭାଇକୁ ଭେଟିବା ସମୟରେ ଗୋପାଳ ଖୁସି ଜଣା ପଡୁଥିଲା । ପ୍ରାୟ 5ରୁ 7 ମିନିଟ ବେଳେ ଗୋପଳା ପରିବାର ବିଷୟରେ ଓ ସତ୍ୟ ନାରାୟଣର କାମ ଧନ୍ଦା ବିଷୟରେ ବୁଝିଥିଲା । ଆଉ ଏହାରି ଭିତରେ ନିଜ ସ୍ତ୍ରୀ ସହ ଫୋନରେ କଥା ହେଇଥିଲା ।

ଅନ୍ୟ ସାଧାରଣ ବିଚାରଧିନ ବନ୍ଦୀ ଙ୍କ ଭଳି ଦୈନିକ ଜୀବନ କାଟୁଛି ଗୋପାଳ । ନିତ୍ୟ କର୍ମ ଠାରୁ ଆରମ୍ଭ କରି ବ୍ୟାୟାମ, ଖବରକାଗଜ ପତ୍ରିକା ପଢିବା ସହ ଠିକ ସମୟରେ ଖାଦ୍ୟ ଖାଇବା ଆଉ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ଖାଉଛି ଗୋପାଳ । ଏମିତି କିଛି କଥା ବିଶେଷ ସୂତ୍ରରୁ ଖବର ମିଳିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button