ବଢ଼ିଲା ୟୁପିଆଇ ଟ୍ରାଞ୍ଜାକ୍ସନ ଲିମିଟି: ୧ ଲକ୍ଷରୁ ହେଲା ୫ ଲକ୍ଷ

ନୂଆଦିଲ୍ଲୀ: ବଢ଼ିଲା ୟୁପିଆଇ ଟ୍ରାଞ୍ଜାକ୍ସନ ଲିମିଟି। ୟୁପିଆଇରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ଲିମିଟ ବଢ଼ାଯାଇଛି। ଆଜି ଏନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଭାରତରେ ବହୁଳ ଭାବରେ ୟୁପିଆଇ ପେମେଣ୍ଟ ହେଉଥିବା ବେଳେ ପୂର୍ବରୁ ଏଥିରେ ମାତ୍ର ଦିନକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ହେଉଥିଲା।
ଟ୍ରାଞ୍ଜାକ୍ସନ ଲିମିଟ ବଢ଼ାଇବା ପାଇଁ ଅନେକ ସମୟରେ ଦାବି ହେଉଥିଲା। ଲୋକଙ୍କର ଏହି ଦାବିକୁ ଆର୍ବିଆଇ ଅନୁମତି ଦେଇଛି।
ଗୁରୁବାର ଆର୍ବିଆଇର ୫୦ ତମ ମୁଦ୍ରା ନୀତି କମିଟି ବୈଠକରେ ଟ୍ରାଞ୍ଜାକ୍ସନ ଲିମିଟ ବଢ଼ାଇବା ନେଇ ନିଷ୍ପତ୍ତି ହୋଇଛି। ବୈଠକ ପରେ ଆରବିଆଇ ଗଭର୍ଣ୍ଣ ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି। ବର୍ଦ୍ଧିତ ୟୁପିଆଇ ଟ୍ରାଞ୍ଜାକ୍ସନ ସୀମା ଟିକସଦାତାଙ୍କୁ ଅଧିକ ସୁବିଧା ପ୍ରଦାନ କରିବ। ଏଥିରେ ଟିକସଦାତାମାନେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପ୍ରୋତ୍ସାହିତ ହେବେ।
ଗତବର୍ଷ ଡିସେମ୍ବର ମାସରେ କେତେକ ନିର୍ଦ୍ଦିଷ୍ଟ ପେମେଣ୍ଟ ଯଥା ହସ୍ପିଟାଲ ଓ ଶିକ୍ଷା ସଂସ୍ଥାନରେ ପେମେଣ୍ଟ ପାଇଁ ୟୁପିଆଇ ଲିମିଟକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇଥିଲା। ଏବେ ଏହା ସବୁ ପେମେଣ୍ଟ ପାଇଁ ଉଦ୍ଦିଷ୍ଟ ହେବ। ୟୁପିଇ ମାଧ୍ୟମରେ ଡେଲିଗେଟେଡ୍ ପେମେଣ୍ଟର ସୁବିଧା ସମ୍ପର୍କରେ ଆରବିଆଇ ଏକ ବଡ ଘୋଷଣା କରିଛି। ଏହା ଅଧୀନରେ, ପ୍ରାଇମେରି ୟୁଜରଙ୍କୁ ସେକେଣ୍ଡେରି ୟୁଜରଙ୍କୁ ୟୁପିଆଇ ଟ୍ରାଞ୍ଜାକ୍ସନ କରିବାରେ ସହଜ ହେବ। ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ କାରବାର UPI ମାଧ୍ୟମରେ ଟ୍ରାଞ୍ଜାକ୍ସନ କରାଯାଇପାରିବ। ଏବଂ ଏଥିପାଇଁ ସେକେଣ୍ଡାରୀ ୟୁଜରଙ୍କୁ ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକ ପଡ଼ିବ ନା