କ୍ରୀଡା

ଟି-୨୦ ବିଶ୍ୱକପ : ରୋମାଞ୍ଚକ ମ୍ୟାଚରେ ୟୁଏଇକୁ ୩ ଓ୍ଵିକେଟରେ ହରାଇଲା ନେଦରଲାଣ୍ଡ

ଆଜିଠାରୁ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ନାମ୍ବିଆ ଠାରୁ ଶ୍ରୀଲଙ୍କା ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ଠାରୁ ହାରିଛି ୟୁଏଇ। ନେଦରଲାଣ୍ଡ ୩ ଓ୍ଵିକେଟରେ ମ୍ୟାଚ୍‌ ଜିତିଛି।

ପ୍ରଥମେ ବ୍ୟାଟିଂ କରି ୟୁଏଇ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୧୧ ରନ୍‌ କରିଥିଲା। ଏହାର ଜବାବରେ ନେଦରଲାଣ୍ଡ ୧୯.୫ ବଲରେ ୭ ଓ୍ଵିକେଟ ହରାଇ ୧୧୨ ରନ୍‌ କରି ମ୍ୟାଚ ଜିତିନେଇଥିଲା।

 

ଆଜିର ପ୍ରଥମ ମ୍ୟାଚରେ ମୁହାମୁହିଁ ହୋଇଥିଲେ ଶ୍ରୀଲଙ୍କା ଏବଂ ନାମ୍ବିଆ । ଏହି ମ୍ୟାଚରେ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରିଛି ନାମ୍ବିଆ। ରାଉଣ୍ଡ ୧ର ପ୍ରଥମ ମ୍ୟାଚ୍‌ ନାମ୍ବିଆ ଶ୍ରୀଲଙ୍କାକୁ ହରାଇ ବାଜି ମାରିନେଇଛି। ୧୬୩ ରନର ପିଛା କରି ଶ୍ରୀଲଙ୍କା ମାତ୍ର ୧୦୮ ରନରେ ଅଲଆଉଟ୍‌ ହୋଇଥିଲା।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button