ରାଜନୀତି

ଆଦାନୀ ମାମଲାରେ ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ଖୁଲାସା । ସେବି ମୁଖ୍ୟ ମାଧବୀ ପୁରୀ ବୁଚଙ୍କ ନାମରେ ଗମ୍ଭୀର ଆରୋପ

 ଆଦାନୀ ମାମଲାରେ ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ଖୁଲାସା। ସେବି ମୁଖ୍ୟ ମାଧବୀ ପୁରୀ ବୁଚଙ୍କ ନାଁରେ ଏହି ରିସର୍ଚ୍ଚ ସଂସ୍ଥା ଆଣିଲା ଗମ୍ଭୀର ଆରୋପ। ସେବି ମୁଖ୍ୟାଳୟରେ ଏହାର ମୁଖ୍ୟଙ୍କୁ ଗୌତମ ଆଦାନୀ ଭେଟିବା ଏବଂ ବିଦେଶରେ ଥିବା ଆଦାନୀ ଗ୍ରୁପର ସେଲ କମ୍ପାନୀରେ ମାଧବୀଙ୍କ ଅଂଶଧନ ଥିବା ଏହି ରିପୋର୍ଟରେ ଦାବି କରାଯାଇଛି।

ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ଦାବି କରିଛି ଆମେରିକାର ସର୍ଟ ସେଲିଙ୍ଗ ଫାର୍ମ ହିଣ୍ଡନବର୍ଗ ରିସର୍ଚ୍ଚ। ଗୌତମ ଆଦାନୀଙ୍କ ବଡ଼ ଭାଇ ବିନୋଦ ଆଦାନୀଙ୍କ ବିଦେଶରେ ଥିବା ଅଫସୋର୍ସ ସଂସ୍ଥା ବରମୁଡ଼ା ଓ ମରିସସ ଫଣ୍ଡନରେ ସେବି ମୁଖ୍ୟ ଏବଂ ତାଙ୍କ ସ୍ବାମୀଙ୍କ ଅଂଶଧନ ରହିଛି। ମାଧବୀ ଓ ତାଙ୍କ ସ୍ବାମୀ ପ୍ରଥମେ ଆଇପିଇ ପ୍ଲସ ଫଣ୍ଡ ୧ରେ ସିଙ୍ଗାପୁରରେ ୨୦୧୫ ମସିହା ଜୁନ ୫ରେ ସେମାନଙ୍କ ଆକାଉଣ୍ଟ ଖୋଲିଥିଲେ। ଏହି ଫଣ୍ଡରେ ଦିଆଯାଇଥିବା ଘୋଷଣା ନାମାରେ ନିବେଶର ମୂଳ ଉତ୍ସ ବେତନ ବୋଲି ଦର୍ଶାଇଥିଲେ ବୁଚ୍ ଦମ୍ପତ୍ତି।

ଏହି କାରଣରୁ ୧୮ ମାସ ତଳୁ ଆଦାନୀ ସମୁହର ଅନିୟମିତତା ନେଇ ତଥ୍ୟ ପ୍ରମାଣ ପ୍ରକାଶ କରାଯାଇଥିଲେ ମଧ୍ୟ ସେବି କୌଣସି କାର୍ୟ୍ୟାନୁଷ୍ଠାନ ନେଉନଥିବା ହିଣ୍ଡେନବର୍ଗ ପକ୍ଷରୁ ଅଭିଯୋଗ କରାଯାଇଛି। ଜାନୁଆରୀ ୨୩, ୨୦୨୪ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପର ସେୟାରରେ ହେରଫେର ହୋଇଥିବା ନେଇ ରିପୋର୍ଟ ପ୍ରକାଶ କରିବା ସହ କର୍ପୋରେଟ ଇତିହାସରେ ଏହାକୁ ବଡ଼ ଘୋଟାଲା ବୋଲି ଦାବି କରିଥିଲା। ଏହି ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ସେୟାର ପ୍ରଭାବିତ ହେବା ସହିତ ଧନୀ ତାଲିକାରେ ତଳକୁ ଖସିଆସିଥିଲେ ଗୌତମ ଆଦାନୀ। ଏହି ମାମଲାରେ ୪୦ରୁ ଅଧିକ ମିଡ଼ିଆ ଯାଂଚ ସହିତ ପର୍ୟ୍ୟାପ୍ତ ପ୍ରମାଣ ଥିଲେ ମଧ୍ୟ କାହିଁକି ସେବି ଆଦାନୀ ଗ୍ରୁପ୍ ବିରୋଧରେ ଆକ୍ସନ ନେଲାନାହିଁ ବୋଲି କମ୍ପାନୀ ଦାବି କରିଛି। ୨୭ଜୁନ ୨୦୨୩ରେ ସେବି ପକ୍ଷରୁ ହିଣ୍ଡେନବର୍ଗ ରିସର୍ଚ୍ଚକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୧୦୬ ପୃଷ୍ଠାର ରିପୋର୍ଟକୁ ତଥ୍ୟାତ୍ମକ ତ୍ରୁଟି ବୋଲି ଦର୍ଶାଇଥିଲା। ଏବେ ପୁଣିଥରେ ଏହି ମାମଲାରେ ରିସର୍ଚ୍ଚ ସଂସ୍ଥା ମାଧବୀ ପୁରୀ ବୁଚଙଙ୍କୁ କାଠଗଡ଼ାକୁ ଟାଣିଥିବା ବେଳେ ସେବି କିମ୍ବା ଆଦାନୀ ଗ୍ରୁପ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button