ଦେଶ ବିଦେଶ

ତିନି ରାଜ୍ୟରେ ଜିତିଲା ବିଜେପି: ଏବେ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ହେବେ କିଏ ? – Utkal Mail


ନୂଆଦିଲ୍ଲୀ:ତିନି ରାଜ୍ୟରେ ବିଜେପିକୁ ବିପୁଳ ବିଜୟ ମିଳିଛି ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜୟ ଅଭିମୁଖେ ବିଜେପି ମଧ୍ୟପ୍ରଦେଶରେ ବିଜେପି ପ୍ରଥମେ ସରକାରରେ ଥିଲେ ଅନ୍ୟପକ୍ଷେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସଠାରୁ କ୍ଷମତା ଛଡାଇ ଆଣିବାରେ ସଫଳ ହୋଇଛି ବିଜେପି ତେବେ ଆଗକୁ ଆସୁଛି ଆହୁରି ବଡ ସରପ୍ରାଇଜ ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ବାହାରି ବାହାରିବା ପରେ ସମସ୍ତଙ୍କୁ  ଚମକାଇଦେବ ବିଜେପି କୁହାଯାଉଛି, ଏହି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ନୂଆ ମୁହଁ ଦେଖିବେ ଜନତା

ମଧ୍ୟପ୍ରଦେଶ:ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା ବିଜେପି ଏପରି ପୂର୍ଣ୍ଣ ବହୁମତ ପାଇଁ ଆସିବ ବିଷୟରେ ନିଜେବି  ଜାଣି ଥିଲା କଂଗ୍ରେସ ଏଠାରେ ଖାଲି ହାରିନି ବରଂ ବହୁ ବଡ ବଡ ନେତା ମଧ୍ୟ ବିଜେପିର ବିଜୟ ଧାରାରେ ବହି ଯାଇଛନ୍ତି

ମଧ୍ୟପ୍ରଦେଶରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ ପୁରା ନିର୍ବାଚନ ମୋଦିଙ୍କ ଚେହରାରେ ଲଢିଛି ଅନୁମାନ କରାଯାଉଛି, ଏଥର ବିଜେପି ମଧ୍ୟପ୍ରଦେଶରେ ସିଏମ ଭାବେ ଶିବରାଜ ସିଂ ଚେହାଣଙ୍କୁ ବାଦ ଦେଇ ଅନ୍ୟ କାହାକୁ ବାଛିପାରେ ଅବଶ୍ୟ ଏଠାରେ ବିଜେପିକୁ ଯେପରି ସମର୍ଥନ ମିଳିଛି ତାହାକୁ ଦେଖିଲେ  ଶିବରାଜ ସିଂ ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ଥିବା କୁହାଯାଉଛି  

ଏଥର ନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଜଣ ସାଂସଦ ନିର୍ବଚନା ମୈଦାନକୁ ଓହ୍ଲାଇଛନ୍ତି ।ଏହାବ୍ୟତୀତ ପଳର ମହାସଚିବ କୈଳାସ ବିଜୟଭର୍ଗୀୟଙ୍କୁ ମଧ୍ୟ ଦଳ ନିର୍ବଚନୀ ମୈଦାନକୁ ପଠାଇଥିଲା ତେଣୁ ଶିବରାଜଙ୍କ ବ୍ୟତୀତ ନରେନ୍ଦ୍ର ସିଂହ ତୋମାର, ପ୍ରହଲ୍ଲାଦ ସିଂହ ପଟେଲ, କୈଳାସ ବିଜୟଭରର୍ଗୀୟ ଏବଂ ନରୋତ୍ତମ ମିଶ୍ରଙ୍କ ନାଁ ମଧ୍ୟ ତାଲିକାରେ ଅଛି

ରାଜସ୍ଥାନ: ସେହିପରି ରାଜସ୍ଥାନରେ ମଧ୍ୟ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଛି ଏଠି ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ମୁହଁ ଖୁଲାସା କରିନି ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ନିର୍ବାଚନ ଲଢିଛନ୍ତି   ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ତେବେ କୁହାଯାଉଛି, ସିଏମ ଦୌଡରେ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ସବୁଠାରୁ ଅଧିକ ବାବା ବାଲକନାଥ, ସାଂସଦ ଦିୟା କୁମାରୀ, ସିପି ଯୋଶୀ, ଓମ ବିର୍ଲା, ଭୂପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂହ ଶେଖାବତ ଅଛନ୍ତି

ଛତିଶଗଡ: ଛତିଶଗଡରେ ବିଜେପି ୫୩ ଆସନରେ ଜିତିବା ସମ୍ଭାବନା ରହିଛି କଂଗ୍ରେସ ୩୫ ସିଟ ପାଇବା ଆଶା ରହିଛି ୨୦୧୮ ପରି ଏଥର ମଧ୍ୟ ଛତିଶଗଡରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିନି ବିଜେପି  ଏଠି ମଧ୍ୟ ଦଳ ମୋଦିଙ୍କ ଚେହେରାରେ ନିର୍ବାଚନ  ଲଢୁଥିଲା ତେବେ ଏଠାରେ କିଏ ହେବ ମୁଖ୍ୟମନ୍ତ୍ରୀ ? ରମଣ ସିଂ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନାକୁ ଏଡାଇ ହେବନି କିନ୍ତୁ ଗ୍ୟାରେଣ୍ଟି ବି ଦେଇ ହେବନି କାରଣ ରମଣ ସିଂହଙ୍କ ବ୍ୟତୀତ ଅରୁଣ ସାବ, ସାସଂଦ ବିଜୟ ବଘେଲ, ସରୋଜ ପାଣ୍ଡେ, ରେଣୁକା ସିଂହ, ଓପି ଚୌଧୁରୀଙ୍କ ନାଁ ମଧ୍ୟ ଦୌଡରେ ରହିଛି


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button