ଦେଶ ବିଦେଶ

ଜଙ୍ଗଲ ଭିତରେ ଛାତ୍ର ଶିକ୍ଷୟତ୍ରୀ ଭିତରେ ଏକଣ ଚାଲିଛି? ଚୁମା ଦିଆନିଆ ସହ କରିଦେଲେ ଏମିତି କାଣ୍ଡ, ଜାଣନ୍ତୁ ପୁରା ଘଟଣା

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ପ୍ରକାରର ଭିଡିଓ ଓ ପୋଷ୍ଟ ସାମ୍ନାକୁ ଆସିଥାଏ । ଏହି ପୋଷ୍ଟ ଗୁଡ଼ିକ ମଧ୍ୟରୁ କେତେକ ସମାଜକୁ ଭଲ ବାର୍ତ୍ତା ଦେଉଥିବା ବେଳେ ଆଉ କେତେକ ସମାଜର ବିପକ୍ଷରେ ହୋଇଥାଏ । ତେବେ ଆଉ ଏକ ସେହିଭଳି ପୋଷ୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଏକ ସରକାରୀ ଶିକ୍ଷୟତ୍ରୀ ଜଣେ ଛାତ୍ରଙ୍କୁ ଆଲିଙ୍ଗନ କରି ଚୁମା ଦେଉଛନ୍ତି ।ଏହି ପୋଷ୍ଟଟିକୁ ଅମିତ୍ ସିଂହ ରାଜାବତ୍ ନାମକ ଜଣେ ୟୁଜର ତାଙ୍କ ଏକ୍ସ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଅମିତ୍ ସେହି ପୋଷ୍ଟ ତଳେ ଲେଖିଛନ୍ତି ଆମେ କେଉଁଭଳି ଏକ ସମାଜରେ ବଞ୍ଚୁଛେ ଏବଂ ଏଭଳି ପିକ୍ଚର୍ ଗୁରୁ ଓ ଶିଷ୍ୟ ସଂପର୍କରେ କିଭଳି ଫାଟ ସୃଷ୍ଟି କରୁଛି ।

Teacher student

ଏହି ଘଟଣାଟି କର୍ଣ୍ଣାଟକ ରାଜ୍ୟର ଚିକାବଲପୁର ଜିଲ୍ଲାର ମୁରୁଗାମଲା ସରକାରୀ ବିଦ୍ୟାଳୟର ଅଟେ । ଏହି ଫଟୋ ଟି ଏକ ଷ୍ଟଡି ଟୁର୍ ସମୟର ବୋଲି ଜଣା ପଡିଛି । ଏହି ଫଟୋରେ ଜଣେ ଶିକ୍ଷୟତ୍ରୀ ଜଣେ ଦଶମ ଶ୍ରେଣୀର ଛାତ୍ରକୁ କୋଳରେ ବସାଇ ଗେଲ କରିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଫଟୋ ଦେଖିବା ପରେ ଛାତ୍ର ଜଣକର ଅଭିଭାବକ ଏ ନେଇ ଅଭିଯୋଗ କରିଥିବା ମଧ୍ୟ ଜଣା ପଡିଛି ।

ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହି ଡିଡିପିଆଇ କହିଛି ଯେ ବିଇଓ ଉମାଦେବୀ ତାଙ୍କ ତଦନ୍ତ ଆଧାରରେ ଏକ ରିପୋର୍ଟ ଦାଖଲ କରିଥିଲେ। ଯାହା ଫଳରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଡିସେମ୍ବର ୨୨ରୁ ୨୫ ତାରିଖ ମଧ୍ୟରେ ହୋରାନୁ, ଧର୍ମଶାଳା, ୟାନା ଓ ଅନ୍ୟାନ୍ୟ ସ୍ଥାନକୁ ପାଞ୍ଚ ଦିନିଆ ଏକ୍ସକରସନ ସମୟରେ ଏହି ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।

ଡିଡିପିଆଇ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ସମ୍ପୃକ୍ତ ଦୁଇ ଜଣ ଛାତ୍ର ଏବଂ ପ୍ରଧାନଶିକ୍ଷୟିତ୍ରୀ ଏହି ଘଟଣା ବିଷୟରେ ଅବଗତ ଅଛନ୍ତି। ଏହି ସମୟରେ ସାଙ୍ଗରେ ଥିବା ଅନ୍ୟ କୌଣସି କର୍ମଚାରୀ କିମ୍ବା ଛାତ୍ର ଛାତ୍ରୀ ଏ ବାବଦରେ ଜାଣି ନାହାନ୍ତି।

ଡିଡିପିଆଇ ଅନୁଯାୟୀ, ଶିକ୍ଷୟିତ୍ରୀ ୨୦୦୫ରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାବରେ ଜନଶିକ୍ଷା ବିଭାଗରେ ଯୋଗ ଦେଇଥିଲେ ଏବଂ ୨୦୧୫ରେ ହାଇସ୍କୁଲକୁ ପଦୋନ୍ନତି ପାଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button