ଓଡିଶା

ଚାଷୀ ଓ ଚାଉଳକୁ ନେଇ କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି

ଭୁବନେଶ୍ୱର – ଚାଉଳ ବନ୍ଦ ଓ ଚାଷୀ ମାରଣ ନୀତିକୁ ନେଇ କେନ୍ଦ୍ର ଉପରେ ଗର୍ଜିଛି ବିଜେଡି । ଦଳର ନେତା ଓ କର୍ମୀମାନେ ଆଜି କେନ୍ଦ୍ର ବିରୋଧରେ ପ୍ରତିବାଦ ଓ ଧାରଣା ଦେଇଛନ୍ତି । କେନ୍ଦ୍ର ସରକାର ହିତାଧିକାରୀଙ୍କ ମୁଣ୍ଡ ପିଛା ୫ କିଲୋ ମାଗଣା ଚାଉଳ କାଟି ଦେଇଥିବା ବେଳେ ଧାନ କ୍ରୟ କ୍ଷେତ୍ରରେ ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିଛନ୍ତି। ଏହାର ତୀବ୍ର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛି ଶାସକ ଦଳ । ପୂର୍ବ ଭଳି ଧାନ ନ ଉଠାଇଲେ ଆନ୍ଦୋଳନକୁ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ବିଜେଡି ।
ବିଜେଡିର ତୁଙ୍ଗ ନେତାଙ୍କ ସମେତ ଶତାଧିକ କର୍ମୀ ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେଡିର ସାଙ୍ଗଠନିକ ସମ୍ପାଦକ, ବିଧାୟକଙ୍କ ଏକ ଟିମ୍‌ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଆଜି ରାଜଭବନ ଆଗରେ ଧାରଣା ପରେ ଆସନ୍ତାକାଲି ପଞ୍ଚାୟତ ଅଫିସ୍ ଓ ୧୬ରେ ବ୍ଲକ ଓ ଜିଲ୍ଲାପାଳ ଅଫିସ୍ ଆଗରେ ବିକ୍ଷୋଭ କରିବ ବିଜେଡି । ୧୫ ଦିନରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥର ରାଜ୍ୟରୁ ଚାଉଳ ସଂଗ୍ରହ କମ୍‌ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି ବିଜେଡି । ପୂର୍ବରୁ କେନ୍ଦ୍ର ୧୮ ଲକ୍ଷ ଟନ୍‌ ଚାଉଳ ସଂଗ୍ରହ କରୁଥିବା ବେଳେ ଏବେ ୪ ଲକ୍ଷ ଟନ୍‌ ସଂଗ୍ରହ କରିବ । ଧାନ ଉଠାଣ ପାଇଁ କେନ୍ଦ୍ର ୨୦ ହଜାର କୋଟି ଟଙ୍କା କମ୍‌ ବ୍ୟୟବରାଦ କରିଛନ୍ତି। କଟନୀ ଛଟନୀ ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛି ବୋଲି ଅଭିଯୋଗ କରିଛି ବିଜେଡି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button