କ୍ରାଇମ

୩୦ଲକ୍ଷର ଧଳାଜହର ଜବତ; ଖୋର୍ଦ୍ଧାରୁ ପଶ୍ଚିମବଙ୍ଗର ବ୍ରାଉନସୁଗାର ମାଫିଆ ଗିରଫ – Utkal Mail


ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ବ୍ରାଉନସୁଗାର କାରବାରର ପ୍ରମୁଖ କେନ୍ଦ୍ର ପାଲଟିଥିଲା। ପଶ୍ଚିମବଙ୍ଗରୁ ବାଲେଶ୍ବର ଦେଇ ଖୋର୍ଦ୍ଧା ଆସିବା ପରେ ଏଠାରୁ ନୟାଗଡ଼, ଗଞ୍ଜାମ, ବୌଦ୍ଧ, ଫୁଲବାଣୀ ଯୋଗାଣ ହେଉଥିଲା। ବର୍ତମାନ ଖୋର୍ଦ୍ଧାରେ ପୁଲିସ ନିଷ୍କ୍ରିୟତାର ସୁଯୋଗରେ ପଶ୍ଚିମବଙ୍ଗର ବ୍ରାଉନସୁଗାର ମାଫିଆ ସକ୍ରିୟ ହୋଇଛନ୍ତି। ଆଜି ୩୦ ଲକ୍ଷଟଙ୍କାର ବ୍ରାଉନସୁଗାର ସହ ଦୁଇ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ଅଟେ।

ଖୋର୍ଦ୍ଧା ଏସ୍‌ଡିପିଓ ଦିଲିପ କୁମାର ଦାସଙ୍କ ଠାରୁ ମିଳିଥିବା ସୂଚନାନୁସାରେ ଗତକାଲି ସକାଳେ ଖୋର୍ଦ୍ଧାର ଗୁରୁଜଙ୍ଗ ପୁରୁଣା ଗିନି କାରଖାନା ନିକଟରେ ଏକ ବଡ଼ଧରଣର ବ୍ରାଉନସୁଗାର କାରବାର ହେଉଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସର ଏକ ଟିମ ସେଠାରେ ଚଢ଼ଉ କରି ପୁରୀ ପିପିଲି ଧାନଗହିର-ବଡ଼ମସଜିଦ ସାହିର ମହମ୍ମଦ ରହିମ (୨୭) ଓ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ମଲ୍ଲିପୁରର ଆସିଫ ଖାଁ (୩୮)କୁ ଧରିଥିଲା। ସେମାନଙ୍କୁ ନିକଟରୁ ୩୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଉଭୟରେ ଖୋର୍ଦ୍ଧାର ଅନ୍ୟ ୪ ଜଣଙ୍କୁ ଏହା ବିକ୍ରି କରିବାକୁ ଆଣିଥିଲେ। ପୁଲିସ ଅନ୍ୟ ୪ ଜଣଙ୍କୁ ମଧ୍ୟ ଧରି ପଚରାଉଚୁରା ଚଳାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ପୁଲିସ ୪ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ ମଧ୍ୟ ଖୋର୍ଦ୍ଧାରେ ପଶ୍ଚିମବଙ୍ଗରୁ ଆସି ଏଭଳି ବ୍ରାଉନସୁଗାର ବିକ୍ରି କରିବା ପ୍ରଥମ ଘଟଣା ଅଟେ। ଯାହା ଏବେ ସହରରରେ ଚର୍ଚ୍ଚାର ବିଷୟ ହୋଇଛି।

ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଏନେଇ ୫୩୨/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ବ୍ରାଉନସୁଗାର ସହ ଏକ କଳା ପଲ୍‌ସର (ଓଡି୧୩ଏଫ୍‌ ୨୦୮୦) ଜବତ କରାଯାଇଛି। ଖୋର୍ଦ୍ଧାରେ ସେମାନଙ୍କୁ ସହଯୋଗ କରିଥିବା ଅନ୍ୟ ୪ ଜଣଙ୍କୁ ମଦ୍ୟ ଖୁବ୍‌ ଶୀଘ୍ର ଗିରଫ କରାଯିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button