ଓଡିଶା

ରାଜଧାନୀରେ ପଶିଲା ହାତୀ, ଘଉଡ଼ାଇବାକୁ ବନବିଭାଗର ଉଦ୍ୟମ ଜାରି

ଭୁବନେଶ୍ବର : ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ବର ଏମ୍ସ ଅଞ୍ଚଳ କାଜୁ ବଗିଚାରେ ବୁଲୁଛି ହାତୀ ।  ଘଉଡ଼ାଇବାକୁ ବନବିଭାଗର ଉଦ୍ୟମ ଜାରି ରହିଛି ।  ଲୋକଙ୍କୁ ସତର୍କ ରହିବା ସହ ହାତୀ ପାଖକୁ ନଯିବାକୁ ସଚେତନ କରାଯାଉଛି। ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟରୁ ଚାଲିଆସିଛି ହାତୀ ।

ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।  ହାତୀ ଠାରୁ ଦୁରେଇ ରହିବା ପାଇଁ ବନ ବିଭାଗ ଲୋକଙ୍କୁ ସଚେତନ କରୁଛି ।  ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ପକ୍ଷରୁ ସଚେତନ କରାଯାଉଛି ।  କିଛିଦିନ ପୂର୍ବରୁ ଯାଜପୁର ଜିଲ୍ଲାରେ ଜଙ୍ଗଲୀ ହାତୀକୁ ଦେଖିବାକୁ ମିଳିଥିଲା ।

ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇଥିଲେ । କେବଳ ଗାଁ ଭିତରେ ନୁହେଁ ବଜାରରେ ମଧ୍ୟ  ହାତୀ ଖେଳାଇଲା ଆତଙ୍କ । ଏହାପରେ ରାତିରେ ହାତୀଟି ଯାଜପୁର ଟାଉନ ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button