ଶ୍ରାବଣ ମାସରେ କେତୋଟି ସୋମବାର ପଡୁ ଅଛି ? ଶ୍ରାବଣ ମାସରେ କରନ୍ତୁ ଏହି 1 କାମ

ବନ୍ଧୁଗଣ ଚଳିତ ବର୍ଷ ଜୁଲାଇ 4 ଠାରୁ 31 ଅଗଷ୍ଟ ଅର୍ଥାତ 59 ଦିନ ଯାଏଁ ରହିବା ଶ୍ରାବଣ ମାସ । ଏହି ପବିତ୍ର ଶ୍ରାବଣ ମାସ ଭଗବାନ ଶିବ ଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଶ୍ରାବଣ ମାସ ଟି ବହୁତ ପବିତ୍ର ମାସ ହୋଇଥାଏ । ଏହି ମାସରେ ଭଗବାନ ଶିବ ଙ୍କୁ ସମର୍ପିତ ଅଟେ । ମାନ୍ୟତା ଅଛି ଏହି ମାସରେ କରାଯାଇଥିବା ପୂଜା ପାଠ ଓ ଉପାୟ ଦ୍ଵାରା ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ । ଏହି ମାସରେ ସୋମବାର ବ୍ରତ ରଖିଲେ ସୌଭାଗ୍ୟ ଲାଭ ହୁଏ । ଆଜି ଆମେ ଜାଣିବା ଶ୍ରାବଣ ମାସରେ କେଉଁ କେଉଁ କାମ କରିବା ଉଚିତ ଅଟେ ।
ଚଳିତ ବର୍ଷ ଯୋଡା ଶ୍ରାବଣ ମାସ ପଡୁଥିବାରୁ ମହାଦେବଙ୍କ ଭକ୍ତ ମାନଙ୍କ ପାଇଁ 4ଟି ସୋମବାର ବଦଳରେ ସଂପୂର୍ଣ୍ଣ 8ଟି ସୋମବାର ପଡୁଛି । ଏହି ବର୍ଷ ବହୁତ ବଡ ବିଶେଷ ଯୋଗ ବନିବାକୁ ଯାଉଛି । ଏଥର ଶ୍ରାବଣ ମାସର ବିଶେଷତ୍ଵ ହେଉଛି ଏପରି ଏକ ବିରଳ ଯୋଗରେ ପଡୁଛି ଯାହା ଦୀର୍ଘ 19 ବର୍ଷର ବ୍ଯବଧାନ ପରେ ପଡିବାକୁ ଯାଉଛି । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଜୁଲାଇ 4 ତାରିଖ ପ୍ରତିପଦ ଠାରୁ ଆରମ୍ଭ ହୋଇ ଶ୍ରବଣ ମାସ 31 ଅଗଷ୍ଟ ରେ ଶେଷ ହେବ ।
ଶ୍ରାବଣ ମାସରେ ପ୍ରଥମ ସୋମବାର 10 ଜୁଲାଇ, ଦ୍ଵିତୀୟ 12 ଜୁଲାଇ, ତୃତୀୟ 24 ଜୁଲାଇ, ଚତୁର୍ଥ 31 ଜୁଲାଇ, ପଞ୍ଚମ 7 ଅଗଷ୍ଟ, ଷଷ୍ଠ 14 ଅଗଷ୍ଟ, ସପ୍ତମ 21 ଅଗଷ୍ଟ ଓ ଶେଷ ସୋମବାର ହେଉଛି 28 ଅଗଷ୍ଟ । ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ମହାଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଦୁଗ୍ଧ ରେ ଶିବଲିଙ୍ଗ ର ଅଭିଷେକ କରିବା ଉଚିତ ହୋଇଥାଏ । ଏହା ଦ୍ଵାରା ଶିବ ଜୀ ଅଧିକ ପ୍ରସନ୍ନ ହୋଇଥାନ୍ତି ।
ଏହି ମାସରେ ମହାଦେବ ଙ୍କୁ ଅଧିକ ପ୍ରସନ୍ନ କରିବା ପାଇଁ ଶିବଲିଙ୍ଗରେ ଥଣ୍ଡା ଜଳ ସର୍ପଣ କରିବା ଉଚିତ ହୋଇଥାଏ । ମାନ୍ୟତା ରହିଛି କି ଭଗବାନ ଶିବ ଙ୍କ ପୂଜାରେ ବେଲପତ୍ର ବିନା ପୂଜା ଅସଂପୂର୍ଣ୍ଣ ରହିଯାଏ । ତେଣୁ ଭଗବାନ ଶିବ ଙ୍କୁ ବେଲପତ୍ର ନିଶ୍ଚୟ ଚଢାନ୍ତୁ । ମାନ୍ୟତା ଅଛି କି ମହାଦେବ ଙ୍କୁ ଅରଖ ଫୁଲ ଚଢାଇବା ଦ୍ଵାରା ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି ।
ଭଗବାନ ଶିବ ଭକ୍ତଙ୍କର ସବୁ ମନୋକାମନା ତତ୍କାଳ ପୂରଣ କରିଥାନ୍ତି । ଅରଖ ଫୁଲ ଅର୍ପଣ କରିବା ଦ୍ଵାରା ସୁବର୍ଣ୍ଣ ଦାନର ପୂଣ୍ୟ ମିଳିଥାଏ । ତେଣୁ ଶ୍ରାବଣ ମାସରେ ନିଶ୍ଚୟ ଅରଖ ଫୁଲ ଚଢାନ୍ତୁ । ଭଗବାନ ଶିବଙ୍କୁ ଦୁଦୁରା ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଶିବଲିଙ୍ଗରେ ଦୁଦୁରା ଚଢାଇବା ଦ୍ଵାରା ସବୁ ସଙ୍କଟ ଦୂର ହେବା ସହ ମୁକ୍ତି ମିଳିଥାଏ ।
ପୁରା ବର୍ଷ ମହାଦେବଙ୍କ କୃପା ସର୍ବଦା ରହିବ । ଏଥର ଜୁଲାଇ 18ରୁ ଅଗଷ୍ଟ 16 ଯାଏଁ ଅଧିମାସ ପଡୁଛି । ଏହି ମାସରେ ଭଗବାନ ଶିବଙ୍କ କୃପା ସହ ଭଗବାନ ବିଶୁଣୁଙ୍କ କୃପା ମଧ୍ୟ ମିଳିଥାଏ ।