କ୍ରୀଡା

ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍ଭ ଦେଖାଇଲେ ଭାରତୀୟ ଯୁବ ବ୍ୟାଟର; ଶତକ ହାସଲ କଲେ ଶୁବମନ୍‌, ଶ୍ରେୟସ – Utkal Mail


ଇନ୍ଦୋର: ଅଷ୍ଟ୍ରେଲିଆ ବିପକ୍ଷରେ ରବିବାର ଭାରତୀୟ ଯୁବ ବ୍ୟାଟରମାନେ ଦମ୍ଭ ଦେଖାଇଛନ୍ତି। କଙ୍ଗାରୁ ଦଳର ବୋଲରଙ୍କୁ ନିରାଶ କରିଛନ୍ତି ଭାରତୀୟ ଉଦୟମାନ ବ୍ୟାଟର ଶୁବମନ୍‌ ଗିଲ ଓ ଶ୍ରେୟସ ଆୟର। ଉଭୟ ବ୍ୟାଟର ଶତକ ହାସଲ କରିଛନ୍ତି। ଶୁବମନ ଗିଲ୍ ୯୨ଟି ବଲ୍‌ ଖେଳି ୬ଟି ଚୌକା ଓ ୪ଟି ଛକା ଜରିଆରେ ଶତକ ହାସଲ କରିଛନ୍ତି।

ଏହା ପୂର୍ବରୁ ଶ୍ରେୟସ ୮୬ଟି ବଲ୍ ଖେଳି ୧୦ଟି ଚୌକା ଓ ୩ଟି ଛକା ବଳରେ ୧୦୦ ରନ୍‌ ହାସଲ କରିଥିଲେ। ଏଥି ସହିତ ଶ୍ରେୟସ ଆୟର ଓ ଶୁଭମନ୍‌ ଗିଲ ଦ୍ବିତୀୟ ୱିକେଟ୍‌ରେ ୨୦୦ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୩୫ ଓଭର ଶେ‌ଷ ସୁଦ୍ଧା ୩ଟି ୱିକେଟ୍‌ ହରାଇ ୨୪୯ ରନ୍‌ ସଂଗ୍ରହ କରିଛି।

ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳ ଜାରି ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦ୍ବିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ବାଡ ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍‌ରେ ୧୯ ରନ୍‌ ସଂଗ୍ରହ କରିଥିଲେ। ଋତୁରାଜ ୧୨ଟି ବଲ୍‌ ସାମ୍ନା କରି ୨ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ମାତ୍ର ୮ ରନ୍‌ ସଂଗ୍ରହ କରି ପାଭଲିଅନ୍‌ ଫେରି ଆସିଥିଲେ। ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ମୋଟ୍‌ ୯୦ଟି ବଲ୍‌ ଖେଳି ୧୦୫ ରନ୍‌ କରି ପାଭଲିଅନ ଫେରି ଆସିଥିଲେ। ଶୁବମନ ଗିଲ୍‌ ୯୭ଟି ବଲ୍‌ ଖେଳି ୧୦୪ ରନ୍‌ କରି ଆଉଟ୍‌ ହୋଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button