ଓଡିଶା

ଟିଫିନ ବୋମା ଖଞ୍ଜିଥିଲେ ନକ୍ସଲ; ନିଷ୍କ୍ରିୟ କଲେ ଯବାନ

ବିଏସଏଫ୍ ଯବାନଙ୍କୁ ମିଳିଛି ସଫଳତା। ଫୁଟିବା ପୂର୍ବରୁ ଗଛ ମୂଳରେ ଖଞ୍ଜା ଯାଇଥିବା ଟିଫିନ ବୋମାକୁ ନିଷ୍କ୍ରିୟ କରିଛନ୍ତି ବିଏସଏଫ ଯବାନ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।

ଜିଲ୍ଲାର ଭେଜେଙ୍ଗୱାଡା ଜଙ୍ଗଲରେ ନକ୍ସଲମାନେ ଗଛ ମୂଳରେ ଟିଫିନ ବୋମା ଖଞ୍ଜିଥିଲେ। ଗତକାଲି ବିଏସଏଫ୍ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ।

ଏହି ସମୟରେ ଟିଫିନ ବୋମା ସହ ଡିଟୋନେଟର ଓ ବିଦ୍ୟୁତ୍ ତାର ଉଦ୍ଧାର କରିଥିଲେ। ପରେ ସୁରକ୍ଷାକର୍ମୀନେ ତାକୁ ନିଷ୍କ୍ରିୟ କରିଦେଇଥିଲେ।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ଏହି ବୋମା ଖଞ୍ଜିଥିବା ସନ୍ଦେହ କରାଯାଉଛି। ବିଏସଏଫ୍ ଯବାନଙ୍କ ସତର୍କତା ଯୋଗୁ ଏକ ବଡ଼ ଅଘଟଣ
ଟଳିଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button