ଓଡିଶା

କଣ ଆପଙ୍କ ଭାଇର ରାଶି? ନିଜ ଭାଇର ମଙ୍ଗଳ ପାଇଁ ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ- ହେବ ଉନ୍ନତି

ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ନେଇ ମନାଯାଉଥିବା ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ଭଉଣୀମାନେ ନିଜ ଭାଇ ମାନଙ୍କ ହାତରେ ରଙ୍ଗ ବେରଙ୍ଗର ରାକ୍ଷୀ ବାନ୍ଧି ନିଜର ସ୍ନେହ, ଆଶୀର୍ବାଦ ଓ ରକ୍ଷାର କାମନା କରିଥାନ୍ତି। ଏମିତି ଦେଖିଲେ ରକ୍ଷାସୂତ୍ରର ସମସ୍ତ ରଙ୍ଗ ବହୁତ ଭଲ, କିନ୍ତୁ ଯଦି ରାଶି ଅନୁସାରେ ତାହା ବନ୍ଧା ଯାଏ ତେବେ ତାହାର ମହତ୍ଵ ବଢିଥାଏ ।

ଆସନ୍ତୁ ଜାଣିବା ଭାଇର ରାଶି ଅନୁଯାଇ କେଉଁ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ-

୧. ଭାଇର ରାଶି ମେଷ ହୋଇଥିଲେ ତାଙ୍କୁ ନାଲି ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। ଏହା ତାଙ୍କୁ ସାକାରାତ୍ମକ ଊର୍ଜା ପ୍ରଦାନ କରିବ।

୨. ଯଦି ଆପଣଙ୍କ ଭାଇର ରାଶି ବୃଷ ଅଟେ ତେବେ ତାଙ୍କୁ ଧଳା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। ଏହା ତାଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ।

୩. ଯଦି ମିଥୁନ ରାଶି ହୋଇଥାଏ ତେବେ ସବୁଜ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ, ଏହା ତାଙ୍କର ବିଚାର ଶକ୍ତି ବୃଦ୍ଧି କରାଇବ।

୪. ଭାଇଙ୍କର ରାଶି ଯଦି କର୍କଟ ହୋଇଥାଏ ତେବେ ତାଙ୍କୁ ଚିକମିକ ଧଳା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। ଏହା ଭାବନାତ୍ମକ ସମ୍ପର୍କ ଦୃଢ କରିବ।

୫. ଯଦି ଆପଣଙ୍କ ଭାଇଙ୍କ ରାଶି ସିଂହ ଅଟେ ତେବେ ତାଙ୍କୁ ହଳଦୀ ରଙ୍ଗ ବା ଗୋଲାପି ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। ଏହା ତାଙ୍କୁ ନେତୃତ୍ଵ ପ୍ରଦାନ କରିବ।

୬. ଯଦି ତାଙ୍କ ରାଶି କନ୍ୟା ଅଟେ ତେବେ ତାଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ, ଏହା ଶୁଭତ୍ଵ ପ୍ରଦାନ କରିବ।

୭. ଯଦି ଭାଇଙ୍କର ରାଶି ତୁଳା ହୋଇଥାଏ ତେବେ ତାଙ୍କୁ ଧଳା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। ଏହା ନ୍ୟାୟ କରିବାର ଶକ୍ତି ବଢେଇଥାଏ।

୮. ଯଦି ଆପଣଙ୍କ ଭାଇର ରାଶି ବିଛା ହୋଇଥାଏ ତେବେ ତାଙ୍କୁ ଚାନ୍ଦିର ରାକ୍ଷୀ ବାନ୍ଧନ୍ତୁ। ଏହା ଶାନ୍ତି ବା ରୋଗରୁ ମୁକ୍ତି ପ୍ରଦାନ କରିବ।

 

୯. ଯଦି ଧନୁ ହୋଇଥାଏ ତେବେ ତାଙ୍କୁ ହଳଦୀ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ, ଏହା ତାଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥାଏ।

୧୦. ଯଦି ଆପଣଙ୍କ ଭାଇଙ୍କ ରାଶି ମକର ହୋଇଥାଏ ତେବେ ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। ଏହା ତାଙ୍କୁ କାର୍ଯ୍ୟରେ ସଫଳତା ପ୍ରଦାନ କରେ।

୧୧. ଯଦି କୁମ୍ଭ ରାଶିର ହୋଇଥିବ ତେବେ ତାଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। ଏହା ତାଙ୍କର ମନୋବଳ ବୃଦ୍ଧି କରେ।

୧୨. ଯଦି ତାଙ୍କର ରାଶି ମୀନ ହୋଇଥାଏ ତେବେ ତାଙ୍କୁ ହଳଦୀ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। ଏହା ମାନସିକ ଶାନ୍ତି ପ୍ରଦାନ କରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button