ଓଡିଶା

ଶ୍ରାବଣ ମାସରେ ମେଷ, କନ୍ୟା ଓ କୁମ୍ଭ ରାଶିର ବ୍ୟକ୍ତି କରନ୍ତୁ ଏହି ସବୁ କାମ, ଜୀବନ ହେବ ସୁଖମୟ..

ଜୟ ଭୋଲେନାଥ, ବନ୍ଧୁଗଣ । ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଯେମିତିକି ଆପଣ ମାନେ ଜାଣିଛନ୍ତି ଏବେ ଶ୍ରାବଣ ମାସ ଆରମ୍ଭ ହୋଇଗଲାଣି, ଏହି ମାସ ଟି ଭଗବାନ ଶିବଙ୍କୁ ସମର୍ପିତ ଅଟେ । ସବୁ ଭକ୍ତ ଓ ଶ୍ରଦ୍ଧାଳୁ ଏହି ମାସରେ ଭଗବାନ ଭୋଲେନାଥଙ୍କର ଆରାଧନା କରନ୍ତି, କିଛି ଲୋକ ଦୂର ଦୂର ଯାତ୍ରା କରି ପାଣି ନେଇ ଶିବଙ୍କ ମୁଣ୍ଡରେ ଜଳାଭିଷେକ ମଧ୍ୟ କରନ୍ତି । ତେବେ ଆଯ ଆମେ ଏହି ଶ୍ରାବଣ ମାସରେ କେଉଁ ରାହସିର କଣ କରିଲେ ତାଙ୍କର ସୁଖ ସମୃଦ୍ଧି ବୃଦ୍ଧି ପାଇବ ସେ ବିଷୟରେ ଆଲୋଚନା କରିବା । ତେବେ ଆପଣ ମାନେ ଜାଣିଥିବେ ଏହି ମାସରେ ଯଦି ଆପଣ ଭଗବାନ ଙ୍କ ଉପରେ ଜଳ ଢାଳି ଯାହା ମାଗିବେ ଭଗବାନ ତାହା ନିଶ୍ଚୟ ପୁରା କରନ୍ତି ବୋଲି ଏଭଳି ମାନ୍ୟତା ଅଛି ।

ତେବେ ଆଜି ଆମେ କଥା ହେବା ସେହି ସବୁ ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କ ଉପରେ ଏହି ଶ୍ରାବଣ ମାସ ରେ ଭଗବାନ ଶିବ ରହିବେ ପ୍ରଶନ୍ନ । କିନ୍ତୁ ଯଦି ଏମାନେ ଶିବଙ୍କ ପାଖରେ ଏହି ସବୁ ପ୍ରତିକାର କରିବେ ତେବେ ଏହି କୃପା ଆହୁରି ୧୦ଗୁଣା ବଢିଯିବ । ଏବଂ ବର୍ଷ ସାରା ଏମାନେ ଭଗବାନ ଙ୍କ କୃପା ପାଇ ସୁଖରେ ରହିବେ ।

ମେଷ–

ମେଷ ରାଶିର ଲୋକ ମାନଙ୍କୁ ଶ୍ରାବଣ ମାସ ଯାକ ବ୍ରତ ପାଳନ କରି ରହିବାକୁ ପଡିବ, ଯଦି ଏହା କରିବାକୁ କଷ୍ଟ ହୁଏ ତେବେ ପ୍ରତ୍ୟକ ସୋମବାର ଦିନ ଶିବଙ୍କୁ ଜଳାଭିଷେକ କରାଇ ସେଠାରେ କିଛି ଫଳ ଭୋଗ କରି ଗରିବ ମାନଙ୍କୁ ବାନ୍ତି ଦିଅନ୍ତୁ ଓ ନିଜେ ମଧ୍ୟ ସେହି ଭୋଗକୁ ଆହାର କରି ସେଇ ଦିନଟି ବିତାନ୍ତୁ, ଦେଖିବେ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭାରି ଜୀବ ।

କନ୍ୟା-

କନ୍ୟା ରାଶିର ବ୍ୟକ୍ତି ମଧ୍ୟ ସେହିଭଳି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଆରାଧାନା କରି ଅସହାୟ ଲୋକଙ୍କୁ ସାହାଜ୍ଯ କରନ୍ତୁ , ନିଜ ସାମର୍ଥ୍ୟ ଅନୁସାରେ ଯେତେ ଲୋକଙ୍କୁ ଆପଣ ସାହାଜ୍ଯ କରି ପାରିବେ ସେତେ ଆପଣଙ୍କ ପାଇଁ ଭଲ । ଭଗବାନ ସେତେ ସନ୍ତୁଷ୍ଟ ହେବେ ଓ ବରଦାନ ଦେବ ।  ଏହା ବ୍ଯତୀତ ଶିବ ସ୍ତୋତ୍ର ସବୁଦିନ ସନ୍ଧ୍ୟାରେ ପାଠ କରନ୍ତୁ ।

କୁମ୍ଭ-

ଆପଣ ମାନେ ପ୍ରତ୍ୟକ ଦିନ ଶିବ ମନ୍ଦିର ଯାଅନ୍ତୁ, ସେଠାରେ ବେଢାକୁ ସଫା କରନ୍ତୁ ଦୀପ ଲଗାଇ ମନ୍ଦିରରେ ବେଢା ପରିକ୍ରମା କରନ୍ତୁ । ଏହା ପରେ ଭଗବାନଙ୍କ ସମ୍ମୁଖରେ ବସି ଶିବ ଚାଳିଶା ପାଠ କରନ୍ତୁ । ପୂଜା ସାରିବା ପରେ କିଛି ଅସହାୟ ଲୋକଙ୍କୁ ସାହାଜ୍ଯ କରନ୍ତୁ ସ୍ଵଚ୍ଛ ମନରେ । ଦେଖିବେ ଆପଣଙ୍କ ଜୀବନ ଅତ୍ୟନ୍ତ ଖୁସିରେ କଟିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button