ବିଚାର

ଖରା ଦିନର ଅନେକ ସମସ୍ୟାକୁ କରିବ ଦୂର ତରଭୁଜ , ଜାଣନ୍ତୁ କେମିତି

ସାଧାରଣତଃ ଖରା ଦିନରେ ସୁଆଦିଆ ଫଳ ତରଭୁଜ ବଜାରରେ ମିଳିଥାଏ। ଏମିତିରେ ଗରମ ଦିନରେ ତରଭୁଜ ଖାଇବାକୁ କାହାକୁ ବା ଭଲ ନ ଲାଗେ। ଏଥିରେ ରହିଥିବା ପୋଷକ ଏବଂ ପାଣି ଭୋକ ଆଉ ଶୋଷ ଉଭୟକୁ ମେଣ୍ଟାଇଥାଏ। ଏଥିରେ ୯୬ ପ୍ରତିଶତ ପାଣି ରହିଥାଏ। ଯାହା ଶରୀରକୁ ଥଣ୍ଡା ରଖିଥାଏ।

ଏହା ଛଡ଼ା ତରଭୁଜରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ବି, ସି ସହ ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ପଟାସିୟମ୍ ରହିଥାଏ। ଶରୀରକୁ ତାତିରୁ ରକ୍ଷା କରିବା ପାଇଁ ଏହାକୁ ଖାଇବା ଦରକାର। କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଖଣିଜ ଲବଣ, ଫସଫରସ୍ ଏବଂ କ୍ୟାଲସିୟମରେ ଭରପୂର ରହିଥାଏ। ଏହାର ସେବନ ଅନେକ ରୋଗରୁ ରକ୍ଷା କରିଥାଏ ଯାହା ବିଷୟରେ ଆମେ କହିବାକୁ ଯାଉଛୁ।

watermelon-new

-ତରଭୁଜ ଖାଇବା ଦ୍ବାରା ରକ୍ତ ପରିଷ୍କାର ହୋଇଥାଏ। ପଥରୀ, ହୃଦରୋଗରୁ ମଧ୍ୟ ରକ୍ଷା କରିଥାଏ। ଯଦି ଆପଣଙ୍କୁ ଭୋକ ଲାଗୁ ନ ଥିଲେ, ବାନ୍ତି ବାନ୍ତି ଲାଗୁଥିଲେ, ମୁଣ୍ଡବୁଲାଇ ଦେଉଥିଲେ ଖାଦ୍ୟଗ୍ରହଣ ପୂର୍ବରୁ ପଚାଶ ଗ୍ରାମ ତରଭୁଜ ରସରେ ମିଶ୍ରି ଏବଂ ଲେମ୍ବୁରସ ମିଶାଇ ଖାଆନ୍ତୁ। ଦେଖିବେ ଏହି ଅସୁବିଧାର ସମାଧାନ ମିଳିଯିବ।

-ଅର୍ଶରୋଗୀମାନେ ତରଭୁଜର ପଚାଶ ଗ୍ରାମ୍ ରସ ନେଇ ସେଥିରେ ତିନି ଗ୍ରାମ୍ ଅଁଳା ଗୁଣ୍ଡ ମିଶାଇ କିଛିଦିନ ପର‌୍ୟ୍ୟନ୍ତ ନିୟମିତ ସେବନ କରନ୍ତୁ।

-ତରଭୁଜ ମଞ୍ଜିକୁ ପାଣିରେ ବାଟି ମଥାରେ ଲେପ ଦେଲେ ମୁଣ୍ଡବିନ୍ଧା କମିଥାଏ।

watermelon-slices

-ଜଣ୍ଡିସ୍ ବା କାମଳ ରୋଗରେ ନିୟମିତ ତରଭୁଜ ଖାଇବା ବା ତା’ର ରସ ପିଇବା ଦରକାର।

-ଅତ୍ୟଧିକ ଖରାରେ ତ୍ୱଚାରେ ସମସ୍ୟା ଦେଖାଦେଲେ ତରଭୁଜ ରସ ଲଗାନ୍ତୁ। ଏହା ତ୍ୱଚାକୁ ସ୍ୱଚ୍ଛ ଏବଂ ସୁନ୍ଦର କରିଥାଏ।

-ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପରିସ୍ରା ଲାଗୁ ନ ଥିଲେ ତରଭୁଜ ରସ ପିଇବା ଦ୍ୱାରା ଏହା ତୁରନ୍ତ ପରିସ୍ରା କରାଇଥାଏ। ମୂତ୍ରାଶୟ ସମ୍ବନ୍ଧିତ ଆହୁରି ଅନେକ ସମସ୍ୟା ମଧ୍ୟ ତରଭୁଜ ଦୂର କରିଥାଏ। ତରଭୁଜର ପଚାଶ ଗ୍ରାମ୍ ରସ ନେଇ ସେଥିରେ ମିଶ୍ରି ମିଶାଇ କିଛିଦିନ ନିୟମିତ ପିଅନ୍ତୁ।

-ତରଭୁଜର ଧଳା ଅଂଶକୁ ବାଟି ସେଥିରେ ଚନ୍ଦନ ଆଉ କର୍ପୂର ମିଶାଇ ଶରୀରରେ ଲେପ ଦେବା ଦ୍ୱାରା ଗ୍ରୀଷ୍ମତାପ ଯୋଗୁଁ ତ୍ୱଚାର ଜ୍ୱଳନ ଏବଂ ଘିମିରି ଆଦି ସମସ୍ୟାକୁ ଦୂର କରିଥାଏ।

-ଗ୍ରୀଷ୍ମରେ ତରଭୁଜ ରସରେ ସୈନ୍ଧବ ଲବଣ ଏବଂ ଲେମ୍ବୁରସ ମିଶାଇ ପିଇବା ଦ୍ୱାରା ଲୁ ପ୍ରକୋପରୁ ରକ୍ଷା ମିଳିଥାଏ।

-ତରଭୁଜକୁ ରାତିରେ ବାହାରେ ରଖି ଦିଅନ୍ତୁ। ସକାଳୁ ସେହି ତରଭୁଜରୁ ରସ ବାହାର କରି ସେଥିରେ ଚିନି ମିଶାଇ ସେବନ କରିବା ଦ୍ୱାରା ପରିସ୍ରାର ଜ୍ୱଳନ ଏବଂ ଅବରୋଧ ଦୂର ହୋଇଥାଏ।

-ତରଭୁଜ ଶରୀରର ରୋଗ ପ୍ରତିରୋଧୀ କ୍ଷମତାକୁ ବୃଦ୍ଧି କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button