ଦେଶ ବିଦେଶ

Astro Tips:- ସ୍ଵାମୀ ଓ ସ୍ତ୍ରୀଙ୍କ ସମାନ ରାଶି ହୋଇଥିଲେ କେମିତି କଟିଥାଏ ଦାମ୍ପତ୍ୟ ଜୀବନ ? ଜାଣନ୍ତୁ ଏହା ଶୁଭ ନା ଅଶୁଭ ଫଳ ପ୍ରଦାନ କରିଥାଏ ?

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ବର କନ୍ୟାଙ୍କ ଜାତକ ମେଳ କରିବା ପ୍ରଥା ରହିଛି । ଯଦି ଉଭୟ ବର ଓ କନ୍ୟାଙ୍କ ଜାତକ ମେଳ ଖାଉଥାଏ ତେବେ ଯାଇ ସେହି ବିବାହ କରିବା ଉଭୟଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଥାଏ ବୋଲି ବିବେଚନା କରାଯାଏ । ତେବେ ଅନେକ ସମୟରେ ବର କନ୍ୟାଙ୍କ ଗୋଟିଏ ରାଶି ହୋଇଥିବା ଦେଖାଯାଏ ଓ ଅନେକ ଲୋକ ଜାତକ ମେଳ ନକରି ମଧ୍ୟ ବିବାହ କରିଥାନ୍ତି । ତେବେ ସ୍ଵାମୀ ସ୍ତ୍ରୀଙ୍କର ଯଦି ଗୋଟିଏ ରାଶି ହୋଇଥାଏ ତେବେ ଏହା କିପରି ଫଳ ପ୍ରଦାନ କରିଥାଏ ଆସନ୍ତୁ ଜାଣିବା ।

ଜ୍ଯୋତିଷ ଅନୁସାରେ ବିବାହ ମେଳ କରିବା ସମୟରେ ୮ଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦିଆଯାଏ । ସେଗୁଡିକ ହେଲା ବର୍ଣ୍ଣ, ବଶ୍ୟ, ତାରା, ଯୋନି, ଗ୍ରହ ମୈତ୍ରୀ, ଗଣ, ରାଶିକୂଟ ଏବଂ ନାଡି । ଶ୍ରୀନିବାସ ଦୀପିକା କୁହନ୍ତି କି, ସ୍ଵାମୀ ଓ ସ୍ତ୍ରୀଙ୍କ ରାଶିକୁ ଗଣିଲେ ଯଦି ତାହା ଏକ ରାଶି ହୁଅନ୍ତି ବା ସମସପ୍ତକ, ତୃତୀୟ ଏକାଦଶ କିମ୍ବା ଚତୁର୍ଥ ଦଶମ ଯଦି ହୁଅନ୍ତି ତେବେ ତାହା ଶୁଭପ୍ରଦ ହୋଇଥାଏ । ସମସପ୍ତକର ଅର୍ଥ ହେଉଛି ସ୍ତ୍ରୀଙ୍କ ରାଶିରୁ ସ୍ଵାମୀଙ୍କ ରାଶିକୁ ଗଣିଲେ ସାତ ଏବଂ ସ୍ବାମୀଙ୍କ ରାଶିରୁ ସ୍ତ୍ରୀଙ୍କ ରାଶିକୁ ଗଣିଲେ ସାତ ହେବା ।

ଶାସ୍ତ୍ର କୁହେ କି, ଯଦି ସମାନ ସ୍ଵାମୀ ସ୍ତ୍ରୀଙ୍କ ସମାନ ରାଶି ଏବଂ ନକ୍ଷତ୍ର ଭିନ୍ନ ହୋଇଥାଏ କିମ୍ବା ସମାନ ନକ୍ଷତ୍ର ଥାଇ ଭିନ୍ନ ରାଶି ହୋଇଥାଏ ତେବେ ପତି ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହ ସୁସମ୍ପର୍କ ନିବିଡ ହୋଇଥାଏ । ତେଣୁ ଏହାକୁ ମଧ୍ୟ ଶୁଭପ୍ରଦ ବୋଲି ବିଚାର କରାଯାଏ ।

କିନ୍ତୁ ଯଦି ସ୍ଵାମୀ ଓ ସ୍ତ୍ରୀଙ୍କର ସମାନ ରାଶି ହେବା ସହ ସେମାନଙ୍କ ନକ୍ଷତ୍ର ମଧ୍ୟ ସମାନ ହୋଇଥାଏ ତେବେ ତାହ ଶୁଭ ନୁହେଁ ବା ଅଶୁଭ ଫଳଦାୟକ ବୋଲି ମାନାଯାଏ । ଏହାସହ ସ୍ଵାମୀ ଓ ସ୍ତ୍ରୀଙ୍କ ସମାନ ରାଶି ଭିନ୍ନ ନକ୍ଷତ୍ର ହେଉଥିଲେ ସ୍ବାମୀଙ୍କ ନକ୍ଷତ୍ର ପ୍ରଥମ ହେବା ଦରକାର । ଏହା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ ।

ସ୍ଵାମୀ ସ୍ତ୍ରୀଙ୍କ ସମାନ ରାଶି ଭିନ୍ନ ନକ୍ଷତ୍ର ଏବଂ ସମାନ ନକ୍ଷତ୍ର ଭିନ୍ନ ପାଦ ହୋଇଥିଲେ ଓ ସ୍ଵାମୀଙ୍କ ରାଶି ସ୍ତ୍ରୀଙ୍କ ରାଶି ପୂର୍ବରୁ ଥିଲେ ସେମାନେ ତାଙ୍କ ଦାମ୍ପତ୍ୟ ଜୀବନର ମଧୁରତା ଭଲ ଭାବେ ଉପଭୋଗ କରିପାରନ୍ତି ।

ଏପରି ସ୍ତ୍ରୀ ଧନବତୀ, ପୁତ୍ରବତୀ, ସ୍ଵାଧ୍ଵୀ ଓ ପବିତ୍ରତା ଲାଭ କରିଥାଏ । ସେହିପରି ଏହା ଯୋଗୁଁ ସ୍ଵାମୀ ମଧ୍ୟ ପୁତ୍ରବାନ, ସୌଭାଗ୍ୟବାନ ପତ୍ନୀପ୍ରିୟ ହୋଇଥାନ୍ତି । ତେବେ ଆପଣ ଜାଣିଲେ କି ଯଦି ସ୍ଵାମୀ ସ୍ତ୍ରୀ ଉଭୟଙ୍କ ସମାନ ରାଶି ରହିଥାଏ ତେବେ ତାଙ୍କ ଦାମ୍ପତ୍ୟ ଜୀବନ କିପରି ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button