ବିଚାର

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହେତୁବାଦୀଙ୍କ ବିରିୟାନୀ ଷ୍ଟଲ ଓ ବାଇକରେ ଲାଗିଲା ନିଆଁ, ଜାଣନ୍ତୁ ପୁରା ମାମଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଗୋଟିଏ ଛୋଟିଆ ପୋଷ୍ଟ କୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ଏବଂ ପରମ୍ପରାବାଦୀ । ଏବଂ ନିହାତି ଭାବରେ ହେତୁବାଦୀ ଙ୍କର ଯେଉଁ ବିରିୟାନୀ ଷ୍ଟଲ ରହିଛି ବିରିୟାନୀ ଷ୍ଟଲ ରେ ନିଆଁ ଲଗାଇଛନ୍ତି ଏବଂ ପ୍ରଚୁର କ୍ଷୟକ୍ଷତି ମଧ୍ୟ ହୋଇଛି । ଲିଙ୍ଗିପୁର ଅଞ୍ଚଳରେ ଥିବା ବିରିୟାନୀ ଡଟ କମ ରେ ଗତକାଲି ଦୁର୍ବୁତ ମାନେ ନିଆଁ ଲଗାଇଛନ୍ତି ଏବଂ ସୂଚନା ଅନୁଯାୟୀ ସୂର୍ଯ୍ୟ ପରାଗ ଚନ୍ଦ୍ର ଗ୍ରହଣ ସମୟରେ ହେତୁବାଦୀ ମାନେ ବିରିୟାନୀ ପାର୍ଟି କରୁଥିଲେ ଏବଂ ଏହାକୁ ନେଇ ବର୍ତ୍ତମାନ ବିବାଦ ଉପୁଜିଥିଲା ।

ମାତ୍ର ଗତକାଲି ବିଳମ୍ବିତ ରାତି ରେ ଦୁର୍ବୁତ ମାନେ ନିଆଁ ଲଗାଇଛନ୍ତି । ସୋ-ସି-ଆ-ଲ ମି-ଡି-ଆ ରେ ଏହି ବିରିୟାନୀ ଷ୍ଟଲ ର ମାଲିକ କିଛି ପୋଷ୍ଟ କରିଥିଲେ । ଏହାକୁ ନେଇ ଏହି ଘଟଣା ଘଟିଛି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏହାର ବାସ୍ତବିକ ସତ୍ୟତା କ’ଣ ତାହା ଜଣା ପଡିନାହିଁ । ଗୋଟିଏ ଘର ଭିତରେ ସଂପୂର୍ଣ୍ଣ ଭାବରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୁତ । ଏବଂ ଉପସ୍ଥିତ ଥିବା ପିଲା ମାନେ ତତକ୍ଷଣାତ ଏହି ସମ୍ବନ୍ଧରେ ପୋଲିସ ଙ୍କୁ ଖବର ଦେଇଥିଲେ ।

ଏହା ସହିତ ସେମାନେ ଏକ ଗାଡି କୁ ମଧ୍ୟ ନିଆଁ ଲଗାଇଛନ୍ତି । ମାତ୍ର କାହିଁକି ଲଗାଇଲେ ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ହୋଇଛି । ମାତ୍ର ରୋଜଗାର ଭଲ ହେଉଥିଲା ବିରିୟାନୀ ଡଟ କମ ରେ ଏଣୁ ଜାଣିଶୁଣି କିଏ ଏଭଳି ବ୍ୟବସାୟ କୁ ହ୍ରାସ କରିବାକୁ ଯାଇ ଦୁର୍ବୁତ୍ତ ମାନେ ଏହିଭଳି କରିଛନ୍ତି ବୋଲି କର୍ମଚାରୀ କହିଛନ୍ତି । ହେତୁବାଦୀ ଏହାକୁ ନେଇ କହିଛନ୍ତି ଯେ ଏହାର କୌଣସି ସତ୍ୟତା ନାହିଁ ଯେ ସୋ-ସି-ଆ-ଲ ମି-ଡି-ଆରେ ଏହିଭଳି ଛାଡିବାରୁ ଏମିତି କରିଛନ୍ତି ।

ସମୟ ର ସୁଯୋଗ ଉଠାଇ ଦୁର୍ବୁତ୍ତ ମାନେ ଏହିଭଳି କରିଛନ୍ତି । ଏହା ଅମଧ୍ୟ କହିଛନ୍ତି ଯେ ଆମ୍ଭେମାନେ କିଛି ସମସ୍ୟା ଦେଖୁନୁ ମାତ୍ର ଯେଉଁମାନେ ଧର୍ମବାଦୀ ମାନେ ଯେଉଁମାନେ ବିଭିନ୍ନ ରୂପରେ ଜବରଦସ୍ତି ଲଦି ଦିଆ ଯାଉଛନ୍ତି, ଏବଂ ଯେତେବେଳେ ଏହିସବୁ ଅନ୍ଧବିଶ୍ଵାସ ପ୍ରଥା ବିରୁଦ୍ଧରେ ଯେଉଁମାନେ ଆନ୍ଦୋଳନ କରିଛନ୍ତି ସେମାନେ ମଧ୍ୟ ଏହିସବୁ ର ଶିକାର ହୋଇଛନ୍ତି ।

ହେତୁବାଦୀ ମାନଙ୍କୁ ମଧ୍ୟ କମେଣ୍ଟ ମାରିବା ସହିତ ନାନା ପ୍ରକାରର କଥା କହୁଛନ୍ତି । ହେତୁବାଦୀ କହିଛନ୍ତି ଯେ ସବୁଠାରୁ ବଡ ଧର୍ମ ହେଉଛି ବିଜ୍ଞାନ । ବିଜ୍ଞାନ ଠାରୁ ବଡ ଧର୍ମ କିଛି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button